ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ କେନ୍ଦ୍ରମନ୍ତ୍ରୀ
ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ଗୌରବ ବଢାଉଛନ୍ତି ପ୍ରଧାନମନ୍ତ୍ରୀ-ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ କେନ୍ଦ୍ରମନ୍ତ୍ରୀ


ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର

ଗୌରବ ବଢାଉଛନ୍ତି ପ୍ରଧାନମନ୍ତ୍ରୀ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୬ ସେପ୍ଟେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରି ଆନ୍ତର୍ଜାତିକ ସ୍ତରରେ ଓଡିଶାର ଗୌରବକୁ ବଢାଉଛନ୍ତି ବୋଲି ଏହି କାର୍ଯ୍ୟକ୍ରମକୁ ଶୁଣିବା ଅବସରରେ ଟ୍ୱିଟ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ନାନ୍ଦୋଲ ଅଂଚଳର ପତାୟତ ସାହୁଙ୍କ ଭିନ୍ନମୁଖୀ କାର୍ଯ୍ୟ ତଥା ଦେଢ଼ ଏକର ଜମିରେ ଔଷଧୀୟ ଚାରା ଲଗାଇବା ଏବଂ ଏହାର ଡ଼କ୍ୟୁମେଂଟେସନର ଭୂୟଂସୀ ପ୍ରଶଂସା କରି ତାଙ୍କର ଖ୍ୟାତିକୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସମ୍ମାନ ଦେଇଛନ୍ତି ।

ଓଡ଼ିଶାର ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରି ଆନ୍ତର୍ଜାତିକ ସ୍ତରରେ ଆମ ରାଜ୍ୟର ଗୌରବ ବଢ଼ାଉଥିବାରୁ ମୁଁ ପ୍ରଧାନମନ୍ତ୍ରୀଜୀଙ୍କ ନିକଟରେ କୃତଜ୍ଞ । ଏହି କାର୍ଯ୍ୟକ୍ରମ ଓଡ଼ିଆ ଲୋକଙ୍କୁ ଆଗକୁ ବଢିବା ପାଇଁ ତଥା କିଛି ନୂଆ କରି ଦେଖାଇବା ପାଇଁ ପ୍ରେରଣା ଯୋଗାଇବ ବୋଲି ମୋର ଦୃଢ଼ ବିଶ୍ୱାସ ।

ଏହାବ୍ୟତିତ ପ୍ରଧାନମନ୍ତ୍ରୀ ଆଜି କାର୍ଯ୍ୟକ୍ରମରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ନଦୀ ଗୁଡ଼ିକର ସଂରକ୍ଷଣ, ଖଦି ବସ୍ତ୍ର, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନରେ ଭାରତର ବଢ଼ୁଥିବା କ୍ଷମତା ସହ ଶିକ୍ଷା, ଉଦ୍ୟମିତା, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣର ବିଭିନ୍ନ ବିଷୟରେ ଚର୍ଚ୍ଚା କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶିକ୍ଷା ଜଗତକୁ ଯୁବପିଢ଼ିଙ୍କୁ ପ୍ରେରିତ କରିବାର ଯେଉଁ ଆଗ୍ରହ କରିଛନ୍ତି, ଏହା ଦ୍ୱାରା ଶିକ୍ଷା ଜଗତ ସହ ଜଡ଼ିତ ସମସ୍ତ ଲୋକମାନେ ଏହି ଉର୍ଜାରେ ଏହି ଅଭିଯାନକୁ ବଢ଼ାଇବା ପାଇଁ ସଂକଳ୍ପବଦ୍ଧ ।

ମନ୍ କି ବାତରେ ବରେଲି ସହରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ‘ୱାନ୍ ଟିଚର, ୱାନ୍ କଲ୍’ ପ୍ରୟାସରେ ଜାଣିବାକୁ ପାଇଲି । ଯାହା ବୃହତ ସଂଖ୍ୟାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଯୋଡ଼ିବାରେ ଫଳପ୍ରଦ ହୋଇଛି । ପ୍ରାଧ୍ୟାପିକା ଦୀପମାଳା ପାଣ୍ଡେଙ୍କ ଏହି ଅନନ୍ୟ ଉଦ୍ୟମ ଆଜି ସମଗ୍ର ଦେଶ ପାଇଁ ପ୍ରେରଣା ହୋଇସାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ହିନ୍ଦୁସ୍ଥାନ ସମାଚାର /


 rajesh pande