ବିଦେଶରେ ଚାକିରୀ କରାଇଦେବା ନାମରେ ଠକେଇ ଠକ ସଂସ୍ଥାର ମୁଖ୍ୟ ଓ ଦୁଇ ସହଯୋଗୀ ଗିରଫ
ଗଞ୍ଜାମ, ୨୬ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌର ପରିଷଦ ସ୍ଥିତ ପାଟଣା ସାହିରେ ଏକ ଭଡା ଘରେ ଏର
ବିଦେଶରେ ଚାକିରୀ କରାଇଦେବା ନାମରେ ଠକେଇ ଠକ ସଂସ୍ଥାର ମୁଖ୍ୟ ଓ ଦୁଇ ସହଯୋଗୀ ଗିରଫ


ଗଞ୍ଜାମ, ୨୬ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌର ପରିଷଦ ସ୍ଥିତ ପାଟଣା ସାହିରେ ଏକ ଭଡା ଘରେ ଏରାଉଣ୍ଡ ଦି ୱାର୍ଲଡ ଏଜେନ୍ସି ନାମକ ସଂସ୍ଥା ଖୋଲି ଓଡ଼ିଶାର ବିଭିନ୍ନ ଜିଲ୍ଲାର ବେରୋଜଗାର ମାନଙ୍କୁ ବିଦେଶରେ ଚାକିରୀ ଦେବା ଆଳରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ବିଷୟରେ ଅଭିଯୋଗ ହୋଇଥିଲା ।

ପ୍ରକାଶ ଯୋଗ୍ୟ ଯେ, ବିଦେଶରେ ଚାକିରୀ ଦେବା ଲୋଭ ଦେଖାଇ ନକଲି ଅଫର ଲେଟର, ଭିସା, ପାସପୋର୍ଟ ବାବଦକୁ ଜଣକ ପିଛା କୋଡିଏରୁ ପଚାଶ ହଜାର ଲେଖାଏଁ ଏହି ଠକ ସଂସ୍ଥାର ମୁଖ୍ୟ ଓ ଅନ୍ୟ ସହଯୋଗୀ ମାନଙ୍କ ଦ୍ୱାରା ଆଦାୟ କରାଯାଇଥିଲା । ବିଦେଶ ଯାତ୍ରା ଯିବା ସମୟ ନିକଟତର ହେବାରୁ ଆଶାୟୀ ପ୍ରାର୍ଥୀ ସଂସ୍ଥାର କାର୍ଯ୍ୟାଳୟ ସାମ୍ନାରେ ପହଂଚିବା ପରେ ଅଫିସରେ ତାଲା ଝୁଲୁଥିବା ଦେଖିଥିଲେ । ଉକ୍ତ ସଂସ୍ଥା ପକ୍ଷରୁ ଦିଆଯାଇଥିବା ମୋବାଇଲ ନମ୍ବରରେ ଯୋଗାଯୋଗ କରିବାରୁ ଅଶାୟୀ ମାନଙ୍କୁ ବିଭିନ୍ନ ପ୍ରକାର ଗାଳିଗୁଲଜ ସହିତ ଧମକ ଦିଆଯାଇଥିଲା । ଏହାପରେ ଆଶାୟୀ ମାନେ ସଂସ୍ଥା ଓ ସଂସ୍ଥାର ମୁଖ୍ୟଙ୍କ ବିରୋଧରେ ଗତ ଅଗଷ୍ଟ ୨୬ ତାରିଖରେ ହିଞ୍ଜିଳି ଥାନାରେ ଏକ ମାମଲା ନଂ ୪୫୦/୨୧ ରୁଜ୍ଜୁ କରିଥିଲେ । ଏହି ମାମଲାର ତଦନ୍ତ କରି ହିଞ୍ଜିଳି ପୋଲିସ ଓ ପୋଲିସ ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ ଓ ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ବରେ ସଂସ୍ଥାର ମୁଖ୍ୟ ହିଞ୍ଜିଳି ଥାନା ଅନ୍ତର୍ଗତ ଗୋପୀନାଥପୁରର ବଳରାମ ମହାରଣା ଓ ତାଙ୍କର ସହଯୋଗୀ ସେହି ଗ୍ରାମର ଇପିଲି ପ୍ରସାଦ ରାଓ ଓ ଅନ୍ୟ ଜଣେ ସହଯୋଗୀ ଟାଙ୍ଗି ଥାନା ଅନ୍ତର୍ଗତ କୁହୁଡିର ରାଜୀବ ଜେନଙ୍କୁ ଗିରଫ କରିଛନ୍ତି । ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ଚାରି ଜଣ ଫେରାର୍ ଥିବା ପୋଲିସ ସୂତ୍ରରୁ ପ୍ରକାଶ । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ଟି ଲାପଟପ୍, ପେନଡ୍ରାଇଭ, ନକଲି ଅଫର ଲେଟର, ଭିସା ଓ ୪୧ ଟି ପାସପୋର୍ଟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ପୋଲିସ ଠାରୁ ପ୍ରକାଶ । ହଡ଼ପ ହୋଇଥିବା ୧୪ ଲକ୍ଷ ଟଙ୍କାକୁ ଅଭିଯୁକ୍ତ ମାନେ ମଉଜ୍ ମଜଲିସ୍ କରି ଉଡାଇ ଦେଇଥିବା ପୋଲିସ କହିଛି ।

ହିନ୍ଦୁସ୍ଥାନ ସମାଚାର/ହୃଷିକେଶ\ପ୍ରଦୀପ୍ତ


 rajesh pande