ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ଅକାଳ ବିୟୋଗରେ ଶେରଗଡ଼ ମିଡ଼ିଆ ହାଉସ୍ ପକ୍ଷରୁ ଶୋକସଭା
ଗଞ୍ଜାମ, ୨୬ ସେପ୍ଟେମ୍ବର (ହି.ସ.)- ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ଅକାଳ ବିୟୋଗରେ ଶେରଗଡ ମିଡିଆ ହାଉସ୍ ପକ୍ଷରୁ
ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ଅକାଳ ବିୟୋଗରେ ଶେରଗଡ଼ ମିଡିଆ ହାଉସ୍ ପକ୍ଷରୁ ଶୋକସଭା


ଗଞ୍ଜାମ, ୨୬ ସେପ୍ଟେମ୍ବର (ହି.ସ.)- ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ଅକାଳ ବିୟୋଗରେ ଶେରଗଡ ମିଡିଆ ହାଉସ୍ ପକ୍ଷରୁ ମେଘନାଦ ଦାସଙ୍କ ଅଧ୍ୟକ୍ଷତାରେ ପିତ୍ତଳ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।

ଏଥିରେ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି, ବିଚିତ୍ରାନନ୍ଦ ମୁନୀ, ଅଶୋକ କୁମାର ଦାଶ, ବିରୁପାକ୍ଷ ବିଷୋଇ, ଚନ୍ଦ୍ର ଶେଖର ପୃଷ୍ଟି, ଅଖିଳ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ମହାନ୍ତି, ପ୍ରବୀଣ କୁମାର ସ୍ୱାଇଁ, ଶ୍ରୀପଦ କୁମାର ଦାଶ, ଜିତେନ୍ଦ୍ର କୁମାର ମୁନୀ, ସନ୍ତୋଷ ପାଢୀ, ଅଜିତ ପଣ୍ଡା, ଶଙ୍କର ପ୍ରଧାନ ଓ ରମେଶ ପ୍ରଧାନ ପ୍ରମୁଖ ଏହି ଶୋକ ସଭାରେ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ହୃଷିକେଶ\ପ୍ରଦୀପ୍ତ


 rajesh pande