ପଶ୍ଚିମ ଦେଶ ଏବଂ ଭାରତର ରାଷ୍ଟ୍ରବାଦରେ ଭିନ୍ନତା- ମନମୋହନ ବୈଦ୍ୟଲୋକମାନଙ୍କୁ ଏହି ଭିନ୍ନତା ବୁଝିବାକୁ ଆହ୍ୱାନ
ଋଷିକେଶ, ୨୬ ସେପ୍ଟେମ୍ବର (ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସରକାର୍ଯ୍ୟବାହ ମନମୋହନ ବୈଦ୍ୟ ରବିବାର ଦିନ କହି
ପଶ୍ଚିମ ଦେଶ ଏବଂ ଭାରତର ରାଷ୍ଟ୍ରବାଦରେ ଭିନ୍ନତା- ମନମୋହନ ବୈଦ୍ୟଲୋକମାନଙ୍କୁ ଏହି ଭିନ୍ନତା ବୁଝିବାକୁ ଆହ୍ୱାନ


ଋଷିକେଶ, ୨୬ ସେପ୍ଟେମ୍ବର (ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସରକାର୍ଯ୍ୟବାହ ମନମୋହନ ବୈଦ୍ୟ ରବିବାର ଦିନ କହିଛନ୍ତି ଯେ ପଶ୍ଚିମ ଦେଶ ଏବଂ ଭାରତର ରାଷ୍ଟ୍ରବାଦ ମଧ୍ୟରେ ଭିନ୍ନତା ଅଛି । ଭାରତର ରାଷ୍ଟ୍ରବାଦ ଆଧ୍ୟାତ୍ମିକତା ଉପରେ ଆଧାରିତ ରାଷ୍ଟ୍ରବାଦ । ପଶ୍ଚିମର ରାଷ୍ଟ୍ରବାଦ ମାତ୍ର ନିଜ ଦେଶ ନିଜ ଦେଶର ରାଷ୍ଟ୍ରବାଦ ବୋଲି କହେ । ଲୋକଙ୍କୁ ଏହି ଅନ୍ତରକୁ ବୁଝିବାକୁ ହେବ । ସେମାନେ ଏହି ବିଚାର ଭରତ ମନ୍ଦିର ଇଂଟର କଲେଜରେ ଆୟୋଜିତ ସଂଘର କାର୍ଯ୍ୟକ୍ରମରେ କହିଛନ୍ତି ।

କାର୍ଯ୍ୟକ୍ରମର ମୁଖ୍ୟବକ୍ତା ମନମୋହନ ବୈଦ୍ୟ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକୁ ୧୦୦ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି । ସଂଘ ନିଜ କାମର ଦମ୍ରେ ଭାରତ ନୁହେଁ, ପୁରା ବିଶ୍ୱରେ ଅଲଗା ପରିଚୟ ସୃଷ୍ଟି କରିଛି । ବିଭିନ୍ନ ଅଂଚଳରୁ ୪୦ରୁ ଅଧିକ ସଂଗଠନ ମାଧ୍ୟମରେ ସେବାକାର୍ଯ୍ୟ କରାଯାଉଛି । ସଂଘର ପରିଚୟ ଏହି କାରଣରୁ ହୋଇଛି । ଆଜି ଦୁନିଆ ଭାରତକୁ ଆଧ୍ୟାତ୍ମିକତାର ଦୃଷ୍ଟିରେ ଦେଖିବାକୁ ଚାହେଁ ।

ସେ କହିଛନ୍ତି ଯେ ବିଶ୍ୱରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଚର୍ଚ୍ଚା-ପରିଚର୍ଚ୍ଚା ସକରାତ୍ମକ ଭାବରେ ହେଉଛି । ଏହି ସ୍ଥିତି ସଂଘର ସକରାତ୍ମକ କି୍ରୟାକଳାପରୁ ନିର୍ମିତ ହୋଇଛି । ସଂଘର ମୂଳ କାର୍ଯ୍ୟ ଶାଖା ଅଟେ । ଏକ ଘଂଟାର ଶାଖାରୁ ପରିବର୍ତନର ନୂଆ ଆୟାମୋକୁ ଗଢ଼ିବାର କଳା ଜଣାଅଛି । ଏହାର ମୁଖ୍ୟ ଉଦେ୍ଧଶ୍ୟ ବିଭିନ୍ନ କ୍ଷେତ୍ରର ସମସ୍ତଙ୍କ ପକ୍ଷରୁ ସମସ୍ତ ବର୍ଗରେ ସଂଘର କାର୍ଯ୍ୟ ପହଂଚାଉଛି । ଏଥିପା ସଂଘ ନିଜ ସେବା ସମ୍ପର୍କ ଏବଂ ପ୍ରଚାର ଯେପରି ଆୟାମୋରେ କାର୍ଯ୍ୟ କରି ଆଗକୁ ବଢ଼ୁଛି । ସଂଘର ସ୍ଥାପନା ପରେ ପୂର୍ବ ୨୫ ବର୍ଷ ପର୍ଯ୍ୟନ୍ତ ସଂଗଠନାତ୍ମକ କାର୍ଯ୍ୟ ହୋଇଛି । ପୁଣି ୨୫ବର୍ଷ ପରେ ଅନେକ ବର୍ଗରେ ନିଜ ପ୍ରତିନିଧିତ୍ୱ ବନେଇବାର କାର୍ଯ୍ୟ ହୋଇଛି । ଏହାର ୫୦ବର୍ଷ ପରେ ଏପରି କାର୍ଯ୍ୟ ଯାହାର ଦେଶକାଳ ଏବଂ ବାତାବରଣ ଅନୁସାରେ ଅତ୍ୟଧିକ ଆବଶ୍ୟକତା ଅନୁଭବ ହୋଇଛି ବୋଲି କୁହାଯାଇଛି ।

ସଂଘର ସହ ସରକାର୍ଯ୍ୟବାହ ମନମୋହନ ବୈଦ୍ୟ କହିଛନ୍ତି ଯେ ଏହି ସମୟ ଆବଶ୍ୟକତା ଏହି କଥା ଯେ ସଂଘର କାର୍ଯ୍ୟ ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ପହଂଚୁ, କାହିଁକି ନା ପରିବାର ମଧ୍ୟ ରାଷ୍ଟ୍ରର ମୁଖ୍ୟ ଘଟକ ଅଟେ । ପରିବାରରୁ ରାଷ୍ଟ୍ରର ବିଚାରଧାରା ଏବଂ ସଂସ୍କାରର ଜନ୍ମ ହୋଇଛି । ପରିବାରର ନିର୍ମାଣ ହିଁ ରାଷ୍ଟ୍ରର ନିର୍ମାଣ । ଏଥିପାଇଁ ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ସଂଘ ପହଂଚେ ଏବଂ ପରିବାରରେ ଗୋଟିଏ ଦିନ ସାମୁହିକ ରୂପରେ ମିଳି ବସି ଭଜନ, କିର୍ତନ ଏବଂ ଚର୍ଚ୍ଚା ନିରନ୍ତର ହୁଏ । ଏହା ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ଅଛି ।

ସେ ଆହୁରି କହିଛନ୍ତି ଯେ ସମ୍ପୂର୍ଣ୍ଣ ବିଶ୍ୱରେ ଏବେ ମାତ୍ର ୧୫ ପ୍ରତିଶତ ସଂଘ ଶକ୍ତିର ଜାଗରଣ ହୋଇଥିବାରୁ ଏହି ସ୍ଥିତି ଉତ୍ପନ୍ନ ହୋଇଛି । ଯଦି ୮୦ ପ୍ରତିଶତ ହିନ୍ଦୁ ଶକ୍ତି ସୃଜନ ଶକ୍ତି ସଂଗଠିତ ହୋଇଛି ତେବେ ସେହି ଦିନ ଦୂର ନୁହେଁ ଯେତେବେଳେ ସମ୍ପୂର୍ଣ୍ଣ ବିଶ୍ୱ ସଂଘର ବ୍ୟବହାରରେ ସଂଚାଳିତ ହୋଇପାରିବ ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................


 rajesh pande