ରୋଟାରୀ ରୟାଲ୍ ପକ୍ଷରୁ ୧୦ଜଣ ଶିକ୍ଷକଙ୍କୁ ନେସନ ବିଲ୍ଡର ଆୱାର୍ଡ ପ୍ରଦାନ
ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) – ଉତମ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ଦେଶର ଭବିଷ୍ୟତ ଗଢୁଥିବା ଶିକ୍ଷକ ଶିକ୍ଷୟିତ୍
ରୋଟାରୀ ରୟାଲ୍ ପକ୍ଷରୁ ୧୦ଜଣ ଶିକ୍ଷକଙ୍କୁ ନେସନ ବିଲ୍ଡର ଆୱାର୍ଡ ପ୍ରଦାନ


ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) – ଉତମ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ଦେଶର ଭବିଷ୍ୟତ ଗଢୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଆୟୋଜିତ ସମାରୋହରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲ୍ର ୧୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରୋଟାରୀ ଇଂଟରନେସନାଲ ପ୍ରମାଣ ପତ୍ର, ଉପଢୌକନ ଓ ଉପହାର ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ର୍ରମରେ ରୋଟାରୀ ଜିଲ୍ଲା ୩୨୬୨ର ପ୍ରାନ୍ତପାଳ ଶାନ୍ତନୁ ପାଣି ଯୋଗଦେଇ କହିଥିଲେ ଯେ, ବିଶ୍ୱକୁ ପୋଲିଓମୁକ୍ତ କରିବା ପରେ ରୋଟାରୀର ପରବର୍ତୀ ସଂକଳ୍ପ ହେଉଛି ସମଗ୍ର ବିଶ୍ୱରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତମ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାନଯୁକ୍ତ ଶିକ୍ଷା ପ୍ରଦାନ ଦିଗରେ ଉତ୍ସାହିତ କରିବା । ଏ ଦିଗରେ ସମଗ୍ର ଓଡ଼ିଶାରେ ୧୧୦ଟି ବ୍ଲକ ମାଧ୍ୟମରେ ରୋଟାରୀ ତାର ପ୍ରୟାସ ଜାରି ରଖିଛି । ସି.ଏନ୍.ଏନ୍ ଓ ବିବିସି ମାନ୍ୟତାପ୍ରାପ୍ତ ବିଶ୍ୱର ସର୍ବକନିÂ ପ୍ରଧାନ ଶିକ୍ଷକ ବବର୍ ଅଲ୍ଲୀ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବଂଚିତ ବର୍ଗର ଶିଶୁ ଏବଂ ଅଧାରୁ ପାଠପଢା ଛାଡୁଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁକୂଳ ପରିବେଶ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରିଥିଲେ । କ୍ଲବ ସଭାପତି ଅଜୟ ପଟ୍ଟନାୟକ ବାଲିଅନ୍ତା ବ୍ଲକସ୍ଥିତ କଂଟିଲୋ-ତିରଣପଡ଼ା ସ୍କୁଲ୍କୁ ପୋଷ୍ୟ ସ୍କୁଲ୍ ଭାବେ ଗ୍ରହଣ କରି ଏହାର ସାମଗ୍ରିକ ବିକାଶ ଦିଗରେ କ୍ଲବ ପ୍ରୟାସ ଜାରି ରଖିବ ବୋଲି କହିଥିଲେ । କ୍ଲବ କୋଷାଧ୍ୟକ୍ଷ ତଥା ରୋଟାରୀ ଜିଲ୍ଲା ମିଡ଼ିଆ ସେଲ୍ ଚେୟାର ବିଭୂତି ଭୂଷଣ କର କ୍ଲବ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଭବିଷ୍ୟତ ଯୋଜନା ଓ ଗତ ତିନିମାସ ମଧ୍ୟରେ କ୍ଲବ ପକ୍ଷରୁ କରାଯାଇଥିବା ବ୍ୟାପକ ବୃକ୍ଷରୋପଣ, କୋଭିଡ ପ୍ରତିକାର ସାମଗ୍ରୀ ବଂଟନ, ଚକ୍ଷୁ ଅସ୍ତେ୍ରାପଚାର, ଜୀବନ ରକ୍ଷାକାରୀ ଔଷଧ ବଣ୍ଟନ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ବର୍ଦ୍ଧିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ରୋଟାରୀ ରୟାଲ୍ର ଏତାଦୃଶ କାର୍ଯ୍ୟ ପ୍ରଶଂସନୀୟ ଓ ପ୍ରେରଣାଦାୟୀ ବୋଲି ମତପ୍ରକାଶ କରିଥିଲେ । ନିର୍ବାଚିତ ସଭାପତି ସଞ୍ଜୀତ ଜେନା ସମାରୋହରେ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................


 rajesh pande