ଫୋନ ଚାର୍ଜ କରୁଥିବା ବେଳେ ଅଘଟଣସର୍ଟସର୍କିଟରୁ ଯୁବକ ମୃତ
ଘସିପୁରା, ୨୬ ସେପ୍ଟେମ୍ବର (ହି.ସ.)- ଫୋନ ଚାର୍ଜ କରୁଥିବା ବେଳେ ସର୍ଟସର୍କିଟ୍ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା
ଫୋନ ଚାର୍ଜ କରୁଥିବା ବେଳେ ଅଘଟଣସର୍ଟସର୍କିଟରୁ ଯୁବକ ମୃତ


ଘସିପୁରା, ୨୬ ସେପ୍ଟେମ୍ବର (ହି.ସ.)- ଫୋନ ଚାର୍ଜ କରୁଥିବା ବେଳେ ସର୍ଟସର୍କିଟ୍ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନାରୁ ଜଣାଯାଏ, କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଗୋହିରା ପଥର କୁଣ୍ଡି ସାହିର ଭରତ ନାଇକଙ୍କ ପୁଅ କାହ୍ନୁ ନାଇକ (୧୮) ନିଜ ଘରେ ବିଦ୍ୟୁତ୍ ଦ୍ଵାରା ଫୋନ ଚାର୍ଜ କରୁଥିବା ବେଳେ ହଠାତ୍ ବିଦ୍ୟୁତ୍ ସର୍ଟସର୍କିଟ୍ ହୋଇଯାଇଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ପରିବାର ଲୋକେ ଏହା ଦେଖି ୧୦୮ କୁ ଫୋନ କରି କାହ୍ନୁଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘସିପୁରା ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ


 rajesh pande