ସାଂଗଠନିକ ପ୍ରକ୍ରିୟାରେ ପୁରୁଖାଙ୍କୁ ଅବହେଳାହିନ୍ଦୁସ୍ଥାନ ସମାଚାର /ବିଜେଡି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପରିବର୍ଦ୍ଧିତ କାର୍ଯ୍ୟଜାରିଣୀ ବୈଠକ
, କେନ୍ଦ୍ରାପଡା-26 ସେପ୍ଟେମ୍ବର (ହି.ସ.) ବିଜୁ ଜନତା ଦଳ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ପରିବର୍ଦ୍ଦିତ କାର୍ଯ୍ୟକା
ସାଂଗଠନିକ ପ୍ରକ୍ରିୟାରେ ପୁରୁଖାଙ୍କୁ ଅବହେଳାହିନ୍ଦୁସ୍ଥାନ ସମାଚାର /ବିଜେଡି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପରିବର୍ଦ୍ଧିତ କାର୍ଯ୍ୟଜାରିଣୀ ବୈଠକ


,

କେନ୍ଦ୍ରାପଡା-26 ସେପ୍ଟେମ୍ବର (ହି.ସ.) ବିଜୁ ଜନତା ଦଳ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ପରିବର୍ଦ୍ଦିତ କାର୍ଯ୍ୟକାରିଣୀ ବୈଠକ ରବିବାର ମୁନିସପାଲିଟି ଟାଉନ ହଲ ଠାରେ ବିଧାୟକ ଶଶି ଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦଳୀୟ ପର୍ଯ୍ୟବେକ୍ଷକ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ବୈଠଃକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରବଳ ବର୍ଷା ସତ୍ୱେ ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତ ପୈାରାଂଚଳର ଦଳୀୟ କର୍ମକର୍ତା ଓ କମିଟି ସଭ୍ୟମାନେ ବହୁ ସଂଖ୍ୟାରେ ଯୋଗଦେଇ ସାଂଗଠନିକ ଓ ରାଜନୈତିକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଧାୟକ ଶ୍ରୀ ବେହେରା ସ୍ୱାଗତ ଭାଷଣା ଦେବା ସହ ବୈଠକର ଆଭିମୁଖ୍ୟ ଓ ଲକ୍ଷ୍ୟ ସଂପର୍କରେ ପ୍ରାକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ଆଗାମୀ ପଂଚାୟତ ଓ ପୈାର ନିର୍ବାଚନକୁ ଲକ୍ଷ୍ୟ୍ୟ ରଖି ଦଳୀୟ ସଂଗଠନକୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ବକ୍ତବ୍ୟ ରଖିଥିଲେ । ପର୍ଯ୍ୟବେକ୍ଷକ ଶ୍ରୀ ସାମନ୍ତରାୟ ନିଜ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଦୀର୍ଘ ୨୨ବର୍ଷ ହେଲା ଚାଲିଥିବା ସୁଶାସନ, ପ୍ରଗତି ଓ ବିକାଶ ମୂଳକ କାର୍ଯ୍ୟର ଅବତାରଣା କରିବା ସହ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ବିଧାୟକ ଶ୍ରୀ ବେହେରାଙ୍କ ନେତୃତ୍ୱରେ କେନ୍ଦ୍ରାପଡା ପୈାରାଂଚଳ ଓ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମାତ୍ର ଦଳର ପୁରୁଖା ସଂଗଠକ, ପୂର୍ବତନ କାଉନସିଲର, ପୂର୍ବତନ ଟାଉନ ସଭାପତି, ବ୍ଲକ ଚେୟାରମ୍ୟାନ ପ୍ରମୁଖ ପୁରୁଖା ନେତା ଓ କର୍ମୀଙ୍କୁ ପଚରା ଯାଉନଥିବା ଅବହେଳା କରାଯାଉ ଥିବା ଶ୍ରୀ ସାମନ୍ତରାୟଙ୍କ ଆଗରେ ଅଭିଯୋଗ କରିଥିଲେ । ଏହାକୁ ନେଇ କିଛି ସମୟ ସଭାସ୍ଥଳରେ ଚାପା ଉତେଜନା ପ୍ରକାଶ ପାଇଥିଲା । ଏହି ଅବସରରେ ରାଜନୈତିକ ପ୍ରସ୍ତାବ, ପ୍ରାକୃତିକ ବିପର୍ଯ୍ୟୟ ରେ ଚାଷ ଓ ଚାଷୀ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା, ମହିଳା ସଶକ୍ତିକରଣ ସମେତ ରାଜ ନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ଆଗତ କରାଯାଇ ଥିଲା । ଆଜିର ଏହି ବୈଠକରେ ପୂର୍ବତନ ବ୍ଲକ ଚେୟାର ମ୍ୟାନ ତଥା ବିଜୁ ଶ୍ରମିକ ସେଲର ସଭାପତି ଦୁର୍ଗାଶିଷ ମହାନ୍ତି, ଆଇନଜୀବି ଦେବଦାସ ମହାନ୍ତି, ଡ଼ଃ ଗଦାଧର ମଲିକ, ରାଜେଶ ଦାସ, ରାଜ୍ୟ ମହିଳା ସାଧାରଣ ସଂପାଦକ ଜ୍ୟୋସ୍ନାରାଣୀ ଜେନା, ମାନସ ପରିଡା, ପ୍ରଦୀପ ସାହୁ, ଶିବ ପ୍ରସାଦ ଭୋଳ, ଆଲୋକ ସାହୁ, ଯଜାତି କେଶରୀ ମହାନ୍ତି, ଧିରେନ ସାହୁ, ହିରଣ୍ୟ ପଣ୍ଡା, ଶକ୍ତିକାନ୍ତ ପାତ୍ର, ମାନସ ସେଠୀ, ଭଜ କୃଷ୍ଣ ରାଉତ, ପ୍ରଦିପ୍ତ ମହାନ୍ତି, କାଳୀ ପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା, ମଙ୍ଗଳ ବରଣ ସିଂହ, ଦୁର୍ଗା ପ୍ରସାଦ ପତି, ଅଶୋକ କୁମାର ଲେଙ୍କା, ସୁମିତ୍ରା ପାଢୀ, ରଞ୍ଜିତ ସାହୁ, ସ୍ୱୟଂ ପ୍ରଭା କର, ରଞ୍ଜନ କୁମାର ସାହୁ, ସବିତା ସାହୁ, ପ୍ରକାଶ ପରିଡା, ରେବତୀ ରମଣ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


 rajesh pande