ଓଷ୍ଟାର କେନ୍ଦ୍ରାପଡା ଜିଲ୍ଲା ଅଷ୍ଟମ ସାମ୍ବିଧାନିକ ସମ୍ମିଳନୀ
କେନ୍ଦ୍ରାପଡା, 26 ସେପ୍ଟେମ୍ବର (ହି.ସ.) ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ଅଷ୍ଟମ ସା
ଓଷ୍ଟାର କେନ୍ଦ୍ରାପଡା ଜିଲ୍ଲା ଅଷ୍ଟମ ସାମ୍ବିଧାନିକ ସମ୍ମିଳନୀ


କେନ୍ଦ୍ରାପଡା, 26 ସେପ୍ଟେମ୍ବର (ହି.ସ.) ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ଅଷ୍ଟମ ସାମ୍ବିଧାନିକ ସମ୍ମଜିଳନୀ ରବିବାର କେନ୍ଦ୍ରାପଡାରେ ଅଣୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କ୍ଷିରୋଦ କୁମାର ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ସଂପାଦକ ତପନ କୁମାର ସିଂହ ସଂପାଦକୀୟ ବିବରଣୀ ଓ କାର୍ଯ୍ୟକ୍ରମର ପ୍ରାକ ସୂଚନା ପ୍ରଦାନ କରିଥିଲେ । ଓଷ୍ଟାର ରାଜ୍ୟ ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଅକ୍ଷୟ କୁମାର ମିଶ୍ର ଶିକ୍ଷାର ବିପର୍ଯ୍ୟୟ ଉପରେ ଆଲୋକପାତ କରିଥିବା ବେଳେ ଶିକ୍ଷା ପ୍ରଦିପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି, ନିର୍ମଳ କୁମାର ଜେନା, ଅଧିକାରୀ ରାଧାକାନ୍ତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା ପ୍ରମୁଖ ପ୍ରାକ୍ତନ ସଂପାଦକ ତୈଲୋକ୍ୟ ସ୍ୱାଇଁ, ଶିକ୍ଷାନୀତୀ ସଂପର୍କରେ ଆଲୋକପାତ କରିଥିଲେ । ଆସନ୍ତା ୩ ବର୍ଷ ପାଇଁ ନବ ନିର୍ବାଚିତ କାର୍ଯ୍ୟଲକାରୀ କମିଟି ଘୋଷଣା କରା ଯାଇଥିଲା । ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବେହେରା ସଭାପତି, ରବିନ୍ଦ୍ର କୁମାର ପରିଡା କାର୍ଯ୍ୟକାରୀ ସଭାପତି, ମହେଶ୍ୱର ରାଉତ, ଅଶୋକ କୁମଜାର ପରିଡା, ଅର୍ଣ୍ଣପୂର୍ଣ୍ଣ ସାହୁ, ଉପ ସଭାପତି, ନିର୍ମଳ କୁମାର ନାୟକ ସଂପାଦକ, ଟିଟିକାନ୍ତ ନାୟକ , ପ୍ରସନ୍ନ କୁମାର ପରିଡା ଓ ରୀନା ରାଉତ ଯୁଗ୍ମ ସଂପାଦକ ଭାବେ ମନୋନିତ ହୋଇଛନ୍ତି । କାର୍ଯ୍ୟକାରୀ କିମିଟିରେ ଅଶୋକ କୁମାର ବିଶ୍ୱାଳ, ଅମର କୁମାର ବାରିକ, ରମେଶ ଚନ୍ଦ୍ର ସାହୁ, ବଙ୍କିମ ବିହାରୀ ମହାନ୍ତି ଥିବାବେଳେ ସହଯୋଗୀ ଭାବେ ସରୋଜିନୀ ସ୍ୱାଇଁ, ଚିତ ରଞ୍ଜନ କବି, ସରୋଜକାନ୍ତ ଜେନା ଓ ରଘୁନାଥ ଦାସଙ୍କୁ ମନୋନିତ୍ୱ କରାଯାଇଛି । ଜଜାତି କେଶରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର /


 rajesh pande