Custom Heading

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ
ବଲାଙ୍ଗିର ୨୩ ଜାନୁଆରୀ (ହି.ସ.) ରାଷ୍ଟ୍ରୀୟ ଜନନେତା ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୫ ତମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ
ସୁବାଷ ବୋଷ ଙ୍କ ୧୨୫ ତମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ୧୨୩ ତମ ଜୟନ୍ତୀ ପାଳନ


ସୁବାଷ ବୋଷ ଙ୍କ ୧୨୫ ତମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ୧୨୩ ତମ ଜୟନ୍ତୀ ପାଳନ


ବଲାଙ୍ଗିର ୨୩ ଜାନୁଆରୀ (ହି.ସ.) ରାଷ୍ଟ୍ରୀୟ ଜନନେତା ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୫ ତମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଙ୍କର ୧୨୩ ତମ ଜୟନ୍ତୀ ଉତ୍ସବ ବଲାଙ୍ଗିର ସ୍ଵୟଂସେବକ ସେବକ ସଂଘ ଆନୁକୂଲ୍ୟରେ ଆଜି ପାଳିତ ହୋଇଯାଇଛି। ସକାଳେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ସୁବାଷ ପାର୍କ ରେ ନେତାଜୀ ଙ୍କ ପ୍ରତି ମୂର୍ତ୍ତୀ ରେ ପୁଷ୍ପ ମାଳା ଅର୍ପଣ କରିଥିଲେ ସଂଘ ର କାର୍ୟ କର୍ତ୍ତା ମାନେ। ପରେ ସଂଘ କାର୍ଯ୍ୟାଳୟ ରେ ସୁରେନ୍ଦ୍ର ସାଏ ଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି ସ୍ଵତନ୍ତ୍ରତା ସେନାନୀ ଙ୍କର ଜୀବନ ଗାଥା ଓ ତାଙ୍କର ବଳିଦାନର ଶ୍ରୁତି ଚାରଣ କରାଯାଇ ଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ୧୨୫ ତମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓ ସଂଘ ପାରିବାର ବଲାଙ୍ଗୀର ନଗର ତରଫରୁ ପ୍ରତିମା ରେ ପୁଷ୍ପ ମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ରେ ପ୍ରଣବ ନାୟକ ବଲାଙ୍ଗୀର ବିଭାଗ ପ୍ରଚାରକ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ସୁଶାନ୍ତ କୁମାର ନାୟକ,ବଲାଙ୍ଗୀର ଜିଲ୍ଲା କାର୍ଯ୍ୟବାହ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ହେମନ୍ତ ମଲ୍ଲିକ ଏ.ବି. ଭି.ପି ଜିଲ୍ଲା ପ୍ରମୁଖ, ସୌମ୍ୟ ରଞ୍ଜନ ମିଶ୍ର ବଲାଙ୍ଗୀର ନଗର ଶହ ଶାରୀରିକ ପ୍ରମୁଖ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଲଲିତ ଦାସ ଏ.ବି. ଭି.ପି ଜିଲ୍ଲା ସଂଯୋଜକ, ଅଜିତ୍ ପଣ୍ଡା ସଂସ୍କୃତ ଭାରତୀ, ଅଶୋକ ସାହୁ ପଶ୍ଚିମାଞ୍ଚଳ କ୍ନସାରି ସମାଜ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ଓ ସ୍ୱୟଂସେବକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ


 rajesh pande