Custom Heading

ପଦ୍ମଶ୍ରୀ ପାଇବାରେ ପ୍ରମୋଦ ପ୍ରଥମ ପାରା ବ୍ୟାଡମିଂଟନ୍ ଖେଳାଳି
ଭୁବନେଶ୍ୱର, 25 ଜାନୁଆରୀ (ହି.ସ.) – ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପାରା ଶଟଲର୍ ପ୍ରମୋଦ ଭଗତ ପଦ
୍ିାୁାବାୈା୍


ଭୁବନେଶ୍ୱର, 25 ଜାନୁଆରୀ (ହି.ସ.) – ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପାରା ଶଟଲର୍ ପ୍ରମୋଦ ଭଗତ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବ । ଦେଶର ପ୍ରଥମ ପାରା ବ୍ୟାଡମିଂଟନ୍ ଖେଳାଳି ଭାବେ ଏହି ପୁରସ୍କାର ପାଇବେ ପ୍ରମୋଦ ।

ବର୍ତମାନ ସ୍ପେନରେ ଟ୍ରେନିଂରେ ବ୍ୟସ୍ତ ଥିବା ପ୍ରମୋଦ ଏକ ଭିଡିଓ ବାର୍ତାରେ କହିଛନ୍ତି, ପଦ୍ମଶ୍ରୀ ପୁରସ୍କାର ମନୋନୀତ ହେବା ମୋ ପାଇଁ ଗର୍ବର କଥା । ଆଗକୁ ଏସିଆନ୍ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍ ଭଳି ବଡ଼ ଇଭେଂଟ ଅଛି । ଆଉ ଏହା ପୂର୍ବରୁ ଏହି ପୁରସ୍କାର ମୋତେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହିତ କରିବ ।

ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଗତବର୍ଷ ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥିସହ ସେ ପ୍ରଥମ ଭାରତୀୟ ଭାବେ ଉଭୟ ପାରାଲିମ୍ପିକ୍ସ ଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତାଙ୍କର ଏହି ଐତିହାସିକ ସଫଳତା ପାଇଁ ୨୦୨୧ ଅକ୍ଟୋବର ମାସରେ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର /


 rajesh pande