Custom Heading

ଗ୍ୟାସ ସିଲିଣ୍ଡର ଫାଟି ଜଣେ ମୃତ, ୩ ଗୁରୁତର
ସମ୍ବଲପୁର : ୨୭/୦୧ (ହି.ସ.) ଝାରସୁଗୁଡା ଜ଼ିଲ୍ଲା କୋଲାବିରା ଥାନା ରଘୁନାଥପାଲି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି (କପା
ଗ୍ୟାସ ସିଲିଣ୍ଡର ଫାଟି ଜଣେ ମୃତ, ୩ ଗୁରୁତର


ସମ୍ବଲପୁର : ୨୭/୦୧ (ହି.ସ.) ଝାରସୁଗୁଡା ଜ଼ିଲ୍ଲା କୋଲାବିରା ଥାନା ରଘୁନାଥପାଲି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି (କପାଗୁଡ଼ା) ଠାରେ ଥିବା ଜୟ ହନୁମାନ ଉଦ୍ଯୋଗ ଲିମିଟେଡ ନାମକ ସ୍ପଞ୍ଜ ଆଇରନ କାରଖାନାରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ଯୁ ଘଟିଥିବା ବେଳେ ଅନ୍ଯ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ଭୋର ୪ ଟା ସମୟରେ କାରଖାନାର କ୍ଲିନ୍ ବିଭାଗରେ କାମ ଚାଲିଥିବା ବେଳେ ଏଠାରେ ନିୟୋଜିତ ସୁରକ୍ଷାକର୍ମୀ ଶୈଳେଶ ସାହୁ(୨୯) ସେଠାରେ ନିର୍ଗତ ବ୍ଯବହୃତ ତୈଳ ଓ ଗ୍ରୀସ୍ ରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ମାତ୍ର ସେଠାରେ ପହଞ୍ଚିବା କ୍ଷଣି ସେଠାରେ ଥିବା ଏକ ଗ୍ୟାସ ସିଲିଣ୍ଡର ହଠାତ୍ ଫାଟିବା ଯୋଗୁଁ ଘଟଣାସ୍ଥଳରେ ଶୈଳେଶଙ୍କ ମୃତ୍ୟୁ ଘଟିଥିଲା । ଏଥି ସହ ସେଠାରେ ନିୟୋଜିତ ଅନ୍ଯ ୩ ଜଣ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ବାଗଡିହୀ ଶରତ ଭଏଁସା ଗୁରୁତର ଆହତ ହୋଇଥିବା ବେଳେ ଅନ୍ଯ ଦୁଇଜଣ ମଧ୍ୟ ଆହତ ହୋଇଛନ୍ତି । ଏହି ଅଘଟଣ ପରେ ତୁରନ୍ତ ଶୈଳେଶଙ୍କ ସମେତ ଅନ୍ୟ ଆହତମାନଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଶୈଳେଶଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣାରେ ଗୁରୁତର ଆହତଥିବା ଶରତଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି । ଖବର ପାଇ ଝାରସୁଗୁଡ଼ା ଜିଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ଯ ମୃତାହତ ସୁରକ୍ଷାକର୍ମୀମାନେ ଏସ୍ ଜି - ୪ ନାମକ ଏକ ଘରୋଇ ସୁରକ୍ଷା ସଂସ୍ଥା ଅଧିନରେ ଏହି କମ୍ପାନୀରେ କାର୍ଯ୍ୟରତ ଥିଲେ । ମୃତ ଶୈଳେଶଙ୍କ ଘର ବୌଦ୍ଧ ଜିଲ୍ଲାରେ ବୋଲି ତାଙ୍କର କିଛି ସହକର୍ମୀଙ୍କ ସୂତ୍ରରୁ ଜଣାପଡିଛି । ଖବର ପାଇ କାରଖାନା ଓ ବାଷ୍ପିତ ବିଭାଗ ଉପନିର୍ଦ୍ଦେଶକ ମନୋଜ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ବ୍ଯବଚ୍ଛେଦ ପରେ ଶୈଳେଶଙ୍କ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର/

ଶୈଳେଶ


 rajesh pande