କେନ୍ଦୁଝରରୁ ଚନ୍ଦକା ସ୍ଥାନାନ୍ତର ହେଲା ୩ ମାସର ହାତୀଛୁଆ 
କେନ୍ଦୁଝର, ୨୩ ନଭେମ୍ବର (ହି.ସ.)- କେନ୍ଦୁଝରରେ ଦେଖିବାକୁ ମିଳିଛି ଏକ ଅପୂର୍ବ ସ୍ଥିତି | ଗୋଟିଏ ଛୁଆ ହାତୀକୁ ମଣିଷ ଛୁଇଁ ଦେବାରୁ ମା କିମ୍ବା ହାତୀ ଦଳ ଛୁଆଟିକୁ ଗ୍ରହଣ କଲେ ନାହିଁ | ଫଳରେ ବନ ବିଭାଗ ହାତୀ ଛୁଆଟିକୁ ଆଣି କେନ୍ଦୁଝର ପଦ୍ମପୁର ସ୍ଥିତ ମେଘା ନର୍ସରୀ ଠାରେ ରଖି ତାର ଲାଳନ ପା
ହାତୀ ଛୁଆ


କେନ୍ଦୁଝର, ୨୩ ନଭେମ୍ବର (ହି.ସ.)- କେନ୍ଦୁଝରରେ ଦେଖିବାକୁ ମିଳିଛି ଏକ ଅପୂର୍ବ ସ୍ଥିତି | ଗୋଟିଏ ଛୁଆ ହାତୀକୁ ମଣିଷ ଛୁଇଁ ଦେବାରୁ

ମା କିମ୍ବା ହାତୀ ଦଳ ଛୁଆଟିକୁ ଗ୍ରହଣ କଲେ ନାହିଁ | ଫଳରେ ବନ ବିଭାଗ ହାତୀ ଛୁଆଟିକୁ ଆଣି କେନ୍ଦୁଝର ପଦ୍ମପୁର ସ୍ଥିତ ମେଘା ନର୍ସରୀ ଠାରେ ରଖି ତାର ଲାଳନ ପାଳନ କରୁଥିଲେ । ହେଲେ ଆଜି ତାକୁ ଚନ୍ଦକା ସ୍ଥିତ ରେସ୍କ୍ୟୁ ସେଣ୍ଟରକୁ ପଠାଯାଉଛି । ହାତୀ ଛୁଆଟି ଯିବା ସମୟରେ ଭାବ ବିହ୍ୱଳ ହୋଇ ଉଠିଥିଲେ ତାକୁ ଲାଳନ ପାଳନ କରିଆସୁଥିବା କର୍ମଚାରୀମାନେ I ହାତୀ ଛୁଆଟି ଯିବା ସମୟରେ ସତରେ ଯେମିତି ଲାଗୁଥିଲା ସେହି ପାଳନକାରୀ କର୍ମଚାରୀ ମାନଙ୍କର ନିଜ ଛୁଆଟି ଅଲଗା ହୋଇ ଯାଉଛି |

ସୂଚନାଯୋଗ୍ୟ ଯେ, ଚଳିତ ମାସ ୧ ତାରିଖ ରାତିରେ ଏକ ୧୩ ଟିକିଆ ବଣୁଆ ହାତୀ ପଲ ବାମେଵାରୀ ସେକ୍ସନରୁ ଆସି ଜଗଦଳା ଡ୍ୟାମ ନିକଟ ତେଲଭଙ୍ଗା ଗାଁ ନିକଟରେ ଥିବା ଏକ ନାଳ ପାର ପାର ହେଉଥିବା ସମୟରେ ଏହି ୩ ମାସର ହାତୀ ଛୁଆଟି ନାଳ ପାର ହୋଇପାରି ନଥିଲା। ଫଳରେ ହାତୀପଲ ତାକୁ ସେଠାରେ ଛାଡ଼ି ଚାଲି ଯାଇଥିଲେ ଓ ହାତୀ ଛୁଆଟି ଗୋଠଛଡା ହୋଇ ଗାଁ ଭିତରକୁ ଆସି ଯାଇଥିଲା ଏବଂ ଜଣଙ୍କ ଘର ଭିତରକୁ ପଶିଆସିଥିଲା | ପରେ ଖବର ପାଇ ବନ ବିଭାଗ ହାତୀ ଛୁଆଟିକୁ ଉଦ୍ଧାର କରି ପୁଣି ସେହି ଜଙ୍ଗଲକୁ ନେଇ ବାରମ୍ବାର ହାତୀ ପଲରେ ମିଶାଇବାକୁ ଚେଷ୍ଟା କରିଥିଲେ । ଏପରିକି ଦିନ ଓ ରାତି ତମାମ ଥର୍ମାଲ କ୍ୟାମେରା ସାହାଯ୍ୟରେ ହାତୀଙ୍କ ଉପରେ ନଜର ରଖିଥିଲେ | ହେଲେ ବାରମ୍ଵାର ଚେଷ୍ଟା ସତ୍ଵେ ମା ହାତୀ କିମ୍ବା ହାତୀପଲ ଛୁଆହାତୀଟିକୁ ଗ୍ରହଣ କରିନଥିଲେ |

---------------

ହିନ୍ଦୁସ୍ଥାନ ସମାଚାର / ବିଭୁତି


 rajesh pande