ବିଧାନସଭା ନିର୍ବାଚନ - ୨୦୨୪ ରେ ଐତିହାସିକ ବିଜୟ ଲାଭ ପାଇଁ ବିଜେପି ଏବଂ ମହାୟୁତି ଗଠବନ୍ଧନର କାର୍ଯ୍ୟକର୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି
ମହାରାଷ୍ଟ୍ରବାସୀ ପୁଣି ଥରେ ସତ୍ୟ ତଥା ପ୍ରଗତିର ମାର୍ଗକୁ ଆପଣାଇଛନ୍ତି: ମନମୋହନ ସାମଲ ଭୁବନେଶ୍ୱର, 23 ନଭେମ୍ବର (ହି.ସ.) ମହାରାଷ୍ଟ୍ର ବିଧାନସଭା ନିର୍ବାଚନ - ୨୦୨୪ରେ ଐତିହାସିକ ବିଜୟ ଲାଭ ପାଇଁ ବିଜେପି ଏବଂ ମହାୟୁତି ଗଠବନ୍ଧନର କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ
ବିଧାନସଭା ନିର୍ବାଚନ - ୨୦୨୪ ରେ ଐତିହାସିକ ବିଜୟ ଲାଭ    ପାଇଁ ବିଜେପି ଏବଂ ମହାୟୁତି ଗଠବନ୍ଧନର କାର୍ଯ୍ୟକର୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ    ଜଣାଇଲେ ରାଜ୍ୟ ସଭାପତି


ମହାରାଷ୍ଟ୍ରବାସୀ ପୁଣି ଥରେ ସତ୍ୟ ତଥା ପ୍ରଗତିର

ମାର୍ଗକୁ ଆପଣାଇଛନ୍ତି: ମନମୋହନ ସାମଲ

ଭୁବନେଶ୍ୱର, 23 ନଭେମ୍ବର (ହି.ସ.)

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ - ୨୦୨୪ରେ ଐତିହାସିକ

ବିଜୟ ଲାଭ ପାଇଁ ବିଜେପି ଏବଂ ମହାୟୁତି ଗଠବନ୍ଧନର କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ

ମନମୋହନ ସାମଲ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଯଶସ୍ୱୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ

ମହାରାଷ୍ଟ୍ରର ସୁରକ୍ଷା, ସମୃଦ୍ଧତା ଏବଂ ଉତ୍ତମ ଶାସନ ଉପରେ ଲୋକମାନେ ନିଜର

ଆର୍ଶୀବାଦ ଅଜାଡିଛନ୍ତି । ଏଥର ସହିତ ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନରେ ମଧ୍ୟ ଜନତା

ଏକତାର ମନ୍ତ୍ରରେ ସମ୍ମିଳିତ ହୋଇ ବିଜେପି – ଏନଡିଏ ମେଂଟକୁ ବିପୁଳ

ମାତ୍ରାରେ ସମର୍ଥନ ଜଣାଇଛନ୍ତି । ଛତ୍ରପତି ଶିବାଜୀ ମହାରାଜାଙ୍କ ଭୁମି, ସତ୍ୟ, ନ୍ୟାୟ ଏବଂ ବୀରତାର ପ୍ରତୀକ

ଅଟେ । ଏଥର ରାଜ୍ୟବାସୀ ପୁଣି ଥରେ ସତ୍ୟ ତଥା ପ୍ରଗତିର ମାର୍ଗକୁ ଆପଣାଇଛନ୍ତି । ମହାରାଷ୍ଟ୍ରର

ଐତିହାସିକ ବିଜୟ ପାଇଁ ବିଜେପି ରାଷ୍ଟ୍ରୀୟ

ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା, ଗୃହମନ୍ତ୍ରୀ ଶ୍ରୀ ଅମିତ

ଶାହା, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ

ସମସ୍ତ ସହଯୋଗୀ ଦଳ ଏବଂ କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ହାର୍ଦ୍ଦିକ ଅଭିନନ୍ଦନ

ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande