ଜୁନିଅର ରେଡକ୍ରସ ତରଫରୁ ଏକମ୍ବା ଉଚ୍ଚ ବିଦ୍ୟାଳୟରେ ରକ୍ତଦାନ ଶିବିର
ଜୟପୁର, ୨୩ ନଭେମ୍ବର (ହି.ସ.)- ଶହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳନ ଅବସରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଏକମ୍ବାରେ ଜୁନିଅର ରେଡକ୍ରସ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏକମ୍ବା ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଅଧିକାଂଶ ଜୀବନର ପ୍ରଥମ ଥର ରକ୍ତ ଦେଇଥି
ଜୁନିଅର ରେଡ କ୍ରସ ତରଫରୁ ଏକମ୍ବା ଉଚ୍ଚ ବିଦ୍ୟାଳୟରେ ରକ୍ତଦାନ ଶିବିର


ଜୟପୁର, ୨୩ ନଭେମ୍ବର (ହି.ସ.)- ଶହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳନ ଅବସରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଏକମ୍ବାରେ ଜୁନିଅର ରେଡକ୍ରସ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏକମ୍ବା ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଅଧିକାଂଶ ଜୀବନର ପ୍ରଥମ ଥର ରକ୍ତ ଦେଇଥିବା ରକ୍ତଦାତା, ଦମ୍ପତି ରକ୍ତଦାତା ଓ ଅନ୍ୟାନ୍ୟ ସ୍ବେଛାସେବୀ ରକ୍ତଦାତାମାନେ ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚେଇବାରେ ସାହାଯ୍ୟର ହାତ ବଢ଼େଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଡ଼ଃ. ଜ୍ୟୋତ୍ସ୍ନା ମିଶ୍ର ସଭାପତିତ୍ୱ କରିଥିଲେ । ଜୁନିଅର ରେଡକ୍ରସ ପରାମର୍ଶଦାତା ମନୋଜ କୁମାର ମିଶ୍ର ବେଦପାଠ କରିବା ସହିତ ସଭା ପରିଚାଳନା କରି ରକ୍ତଦାନ ଶିବିରରେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ସତପଥି, ସମ୍ମାନିତ ଅତିଥି ଭାବରେ ଜୟପୁରର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀ, ଅଭିଷେକ ଭୋଇ, ପ୍ରକାଶ ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର, ଦିଲ୍ଲୀପ କୁମାର ପଣ୍ଡା, ସୁନୀଳ କୁମାର ପାଢ଼ୀ,ଲିପିକା ପାତ୍ର,CRCC ସର୍ବେଶ୍ୱର ପଟ୍ଟନାୟକ, ବରିଷ୍ଠ ସହାୟକ ବାଳଗୋପାଳ ମିଶ୍ର ଓ ଶଶିଭୂଷଣ ଦାଶ ଓ ସାରସ୍ୱତ ଅତିଥି ଭାବରେ ଜୁନିଅର ରେଡ କ୍ରସ ଅଧିକାରୀ, କୋରାପୁଟ ଶ୍ରୀଯୁକ୍ତ ହରେକୃଷ୍ଣ ମହାରଣା ମହୋଦୟ,ଜିଲ୍ଲା ରେଡ କ୍ରସ ପ୍ରଶିକ୍ଷକ ସୁଜିତ କୁମାର ଜେନା ମହୋଦୟ ଓ ରକ୍ତ ପ୍ରେରଣାଦାତା ତଥା ସମାଜ ସେବକ ପ୍ରମୋଦ ରାଉଳ ମହୋଦୟଙ୍କ ସହିତ SMDC ସଭ୍ୟ ଲଇଚନ ହରିଜନ ଓ ଅନ୍ୟାନ୍ୟ ସଭ୍ୟସଭ୍ୟା ଯୋଗ ଦେଇଥିଲେ ।

ଆଲୁମିନୀ ସଦସ୍ୟମାନେ, ଗ୍ରାମବାସୀ, ଅବିଭାବକ,ଜୁନିଅରମାନେ,ବ୍ଲଡ଼ ବ୍ୟାଙ୍କ ଟିମ ଓ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ବି. ନଳୀନ କୁମାର, ଉମାରାଣୀ ସାହୁ, ରାଜଲକ୍ଷ୍ମୀ ପ୍ରିୟା ସାମନ୍ତରାୟ, ପ୍ରସନ୍ନ କୁମାର ପାଣିଗ୍ରାହୀ,ବୃନ୍ଦାବତୀ ଖୋରା, ଶୁଭଙ୍କର ଦାଶ ମହୋଦୟମାନେ ବିଶେଷ ଭାବରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande