ଘଟଗାଁ, ୨୩ ନଭେମ୍ବର (ହି.ସ.)- ଜଣେ ପୂର୍ବତନ ଫୁଟବଲ ଖେଳାଳି ତଥା ଆନନ୍ଦପୁର ବ୍ଳକର ବରିଷ୍ଟ କିରାଣୀଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି ।
ସୁଚନାରୁ ଜଣାଯାଏ, ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ୧୪ ନଂ ୱାଡ଼ ମୂରାବାଲିର ମନୋଜ କୁମାର ସାହୁଙ୍କ (୫୨) ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ କିଛି ଦିନ ହେଲା ଅସୁସ୍ଥତା କାରଣରୁ କଟକ ଏସ ସି ବି ହସ୍ପିଟାଲରେ ଚିକିତ୍ସା ହେଉଥିଲେ ଗତକାଲି ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ନିକଟରେ ପିତା ଉପେନ୍ଦ୍ର ସାହୁ ବଡ଼ଭାଇ ମାନସ ସାହୁ,ମନରଞ୍ଜନ ସାହୁ ,ସରୋଜ ସାହୁ ପତ୍ନୀ ସସ୍ମିତା ସାହୁ ପୁଅ ଯଜ୍ଞେଶ୍ବର ସାଦୁ ଅଦିତ୍ୟ ଅନୁରାଗ ସାହୁ , ଦିବ୍ୟ ଦର୍ଶନ ସାହୁ ସହିତ ପରିବାର ଲୋକମାନେ ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଦୁଃଖ ପ୍ରକାଶ ପାଇଛି । ସେ ଜଣେ ଭଲ ଫୁଟବଲ ଖେଳାଳି ଭବେ ସମସ୍ତଙ୍କ ମନ ମୋହିଥିଲେ । ସେମଧ୍ୟ ଆନନ୍ଦପୁର ବ୍ଲକରେ କିରାଣୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ବିୟୋଗରେ ମାମଙ୍ଗଳା କ୍ଲବ ସଦସ୍ୟ ମାନେ ଗଭୀର ଦୁଃଖ ପ୍ରକାଶ କରିବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀ ସାହୁଙ୍କ ବାସଭବନରେ ପହଂଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଶେଷ ଦର୍ଶନ କରିଥିଲେ । ପୂର୍ଣ୍ଣ୍ୟତୟା ବୈତରଣୀ ନଦୀ କୂଳ ଝାଡେଶ୍ଵର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହୋଇ ଥିବାବେଳେ ପୁଅ ଯଜ୍ଞେଶ୍ବର ମୁଖାଗ୍ନି ଦେଇଥିବା ଜଣାପଡ଼ିଛି ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ