ଜ୍ୟେଷ୍ଠ ବଣ୍ଡକି ହତ୍ୟା ଘଟଣା : ହତ୍ୟାକାଣ୍ଡରେ ଜଡିତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ 
ବୌଦ୍ଧ, ୨୩ ନଭେମ୍ବର (ହି.ସ.)- ଜ୍ୟେଷ୍ଠ ବଣ୍ଡକି ହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ହତ୍ୟାକାଣ୍ଡରେ ଜଡ଼ିତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ ଆରମ୍ଭ କରାଯାଇଥିବା ବେଳେ ପୋଲିସ ପ୍ରଶାସନ ଚୁପ୍ ରହି ନିରବ ଦ୍ରଷ୍ଟ
ଜ୍ୟେଷ୍ଠ ବଣ୍ଡକି ହତ୍ୟା ଘଟଣା : ହତ୍ୟାକାଣ୍ଡରେ ଜଡିତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ 


ବୌଦ୍ଧ, ୨୩ ନଭେମ୍ବର (ହି.ସ.)- ଜ୍ୟେଷ୍ଠ ବଣ୍ଡକି ହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ହତ୍ୟାକାଣ୍ଡରେ ଜଡ଼ିତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ ଆରମ୍ଭ କରାଯାଇଥିବା ବେଳେ ପୋଲିସ ପ୍ରଶାସନ ଚୁପ୍ ରହି ନିରବ ଦ୍ରଷ୍ଟା ସାଜିଛି । ବୌଦ୍ଧ ଜିଲ୍ଲା କଂଟାମାଳ ଥାନା ଲମ୍ବସରୀ ପଂଚାୟତର ବେହେରାପଡା ଗ୍ରାମର ଜ୍ୟେଷ୍ଠ ବଣ୍ଡକିକୁ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ଗୋଛାପଡା ଥାନାର କିଛି ପୁଲିସ କର୍ମଚାରୀ ଜ୍ୟେଷ୍ଠ ବଣ୍ଡକିକୁ ହତ୍ୟା କରିଥିବା ନେଇ ପରିବାର ବର୍ଗ ଅଭିଯୋଗ କରିଆସୁଛନ୍ତି । ଏହି ଘଟଣାରେ ଦୋଷୀ ପୁଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଆମ୍ବେଦକର ଦଳିତ ସମାଜ ବିକାଶ ପରିଷଦ ଓ ପରିବାର ବର୍ଗ ପକ୍ଷରୁ ତୁରନ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିଛନ୍ତି । ଶୀତ କାକରରେ ବସି ରହିଥିବା ବେଳେ ଗତକାଲି ସନ୍ଧ୍ୟାରେ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପ୍ରଧାନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଆନ୍ଦୋଳନକାରୀ ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପର୍ଯ୍ୟନ୍ତ ଅନଶନରୁ ଓହରିବୁ ନାହିଁ ବୋଲି ଜିଦ୍ ରେ ଅଟଳ ଅଛନ୍ତି । ଆନ୍ଦୋଳନ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande