ଘଟଗାଁ, ୨୩ ନଭେମ୍ବର (ହି.ସ.) ଆନନ୍ଦପୁର ବ୍ଲକ ଅନ୍ତର୍ଗତ କୋଡ଼ପଡ଼ା ଓ ଶାଳବଣି ପଞ୍ଚାୟତରୁ କଲ୍ୟାଣ ମଣ୍ଡପ ଚୋରି ହୋଇଥିବା ଅଭିଯୋଗ ହୋଇଥିବା ଜଣାପଡିଛି।
ସୂଚନାରୁ ପ୍ରକାଶ, ଆନନ୍ଦପୁର ବ୍ଲକ ଅଧୀନ କୋଡ଼ପଡ଼ା ଓ ଶାଳବଣି ପଞ୍ଚାୟତରେ ୨୦୨୧ରୁ ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ୨ଟି କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଥିଲା । ତେବେ ଶାଳବଣି କଲ୍ୟାଣ ମଣ୍ଡପରେ ବୈଠକ କରିବା ନିମିତ୍ତ ଗତ ୧୭/୧୧/୨୦୨୪ ରିଖରେ ବିଜେପି କାର୍ଯ୍ୟକର୍ତ୍ତା କାଳନ୍ଦୀ ସାହୁ ପଞ୍ଚାୟତ ଅଧିକାରୀଙ୍କୁ ଏ ନେଇ ଦରଖାସ୍ତ ଦେଇ ୨୨ ତାରିଖରେ ଏକ ବୈଠକ କରିବା ପାଇଁ ଅନୁମତି ମାଗିଥିଲେ । ତେବେ ସେଠାରେ କୌଣସି ସରକାରୀ କଲ୍ୟାଣ ମଣ୍ଡପ ନଥିବା କଥା ଉକ୍ତ ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଗୀତା ସାହୁ ଲିଖିତ ଭାବେ ଜଣାଇଥିବା ବେଳେ
ସେହିପରି କୋଡ଼ପଡ଼ା ପଞ୍ଚାୟତରେ ଥିବା କଲ୍ୟାଣ ମଣ୍ଡପରେ ବୈଠକ କରିବା ପାଇଁ ସନ୍ୟାସୀ ପାତ୍ର ଗତ ୨୨ ତାରିଖରେ ପଞ୍ଚାୟତ ଅଧିକାରୀଙ୍କୁ ଆସନ୍ତା ୨୫/୧୧ରେ ବୈଠକ କରିବାକୁ ଦରଖାସ୍ତ ଦେଇଥିଲେ, ମାତ୍ର ଉକ୍ତ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନଥିବା ପଞ୍ଚାୟତ ଅଧିକାରୀ ଅମୀୟ କୁମାର ରାଉତ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି ।
ଅପରପକ୍ଷରେ ବିଧାନସଭାରେ ତାରକା ପ୍ରଶ୍ନ ସଂଖ୍ୟା-୬୭୬ ରେ ପଂଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ଦେଇଥିବା ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ, ୨୦୨୦-୨୧ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ଏହି ୨ ପଞ୍ଚାୟତକୁ ସରକାରୀ ଅନୁଦାନରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି ଓ କଲ୍ୟାଣମଣ୍ତପ ଦ୍ୱୟର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ବିଜେଡି ସରକାର ସମୟରେ ଏହି ମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ଏବେ ସେଠାରେ ମଣ୍ଡପ ନଥିବା ଜାଣିବାକୁ ମିଳିଥିଲା କିମ୍ବା ଚତୁରତାର ସହିତ ଏହି କଲ୍ୟାଣ ମଣ୍ଡପ ନକରି କେହି ଠିକାଦାର ମିଛ କାଗଜ ପତ୍ର ଦର୍ଶାଇ ଅର୍ଥ ହଡ଼ପ କରିଥାଇ ପାରେ ବା ଚୋରି ହୋଇଯାଇଥିବା ଆମ୍ଭେ ସନ୍ଦେହ କରୁଛୁ । ପ୍ରକୃତରେ ଉକ୍ତ ୨ କଲ୍ୟାଣ ମଣ୍ଡପ ଚୋରି ହୋଇଛି କି ଖାଲି କାଗଜରେ ଗଢି ଟଙ୍କା ଚଳୁ ହୋଇଛି ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଏଥିରେ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାଦୀ ହେଉଛି । ଏନେଇ ରାଜ୍ୟ ସଂଜଯୋକ, ଭାରତୀୟ ଜନତା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଯଜ୍ଞ ପ୍ରସାଦ ସାହୁ, ଆନନ୍ଦପୁର ଆନାରେ ଏହି ଲିଖିତ ଏତଲା କରିଥିବା ଜଣାପଡିଛି I
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ