ମାଓବାଦୀ ଦମନ କାର୍ଯ୍ୟକ୍ରମରେ ବୌଦ୍ଧ ପୋଲିସକୁ ବଡ ସଫଳତା  : ମାଓବାଦୀଙ୍କ କ୍ୟାମ୍ପ ନଷ୍ଟ କରିବା ସହ ମାଓ ସାମଗ୍ରୀ ଜବତ
ବୌଦ୍ଧ, ୨୩ ନଭେମ୍ବର (ହି.ସ.)- ମାଓବାଦୀ ଦମନ କାର୍ଯ୍ୟକ୍ରମରେ ବୌଦ୍ଧ ପୋଲିସକୁ ମିଳିଛି ଏକ ବଡ ସଫଳତା । ବୌଦ୍ଧ ପୁଲିସ ପକ୍ଷରୁ ମାଓବାଦୀଙ୍କ କ୍ୟାମ୍ପ ନଷ୍ଟ କରିବା ସହ ମାଓ ସାମଗ୍ରୀ ଜବତ କରାଯାଇଛି । ମାଓ ଅଧ୍ୟୁଷିତ ବୌଦ୍ଧ ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି
ମାଓବାଦୀ ଦମନ କାର୍ଯ୍ୟକ୍ରମରେ ବୌଦ୍ଧ ପୋଲିସକୁ ବଡ ସଫଳତା  : ମାଓବାଦୀଙ୍କ କ୍ୟାମ୍ପ ନଷ୍ଟ କରିବା ସହ ମାଓ ସାମଗ୍ରୀ ଜବତ


ବୌଦ୍ଧ, ୨୩ ନଭେମ୍ବର (ହି.ସ.)- ମାଓବାଦୀ ଦମନ କାର୍ଯ୍ୟକ୍ରମରେ ବୌଦ୍ଧ ପୋଲିସକୁ ମିଳିଛି ଏକ ବଡ ସଫଳତା । ବୌଦ୍ଧ ପୁଲିସ ପକ୍ଷରୁ ମାଓବାଦୀଙ୍କ କ୍ୟାମ୍ପ ନଷ୍ଟ କରିବା ସହ ମାଓ ସାମଗ୍ରୀ ଜବତ କରାଯାଇଛି । ମାଓ ଅଧ୍ୟୁଷିତ ବୌଦ୍ଧ ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମାଓ ଦମନ ପାଇଁ ପୁଲିସ ପକ୍ଷରୁ ଯୋରଦାର ଉଦ୍ୟମ କାରି ରହିଥିବା ବେଳେ ପୁଲିସକୁ ଏକ ବଡ ସଫଳତା ମିଳିଛି । ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇ ବିପୁଳ ପରିମାଣରେ ମାଓ ସାମଗ୍ରୀ ପୁଲିସ ଜବତ କରାଯାଇଛି ।

ବୌଦ୍ଧ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମନମୁଣ୍ଡା ଥାନାର ବାହାବଳଖୋଲ ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ସମ୍ପର୍କରେ ସୂଚନା ପାଇ ପୁଲିସ ଏସଓଜି, ଡିଭିଏଫ ଓ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ମିଳିତ ଭାବରେ ଚଢ଼ଉ କରି ମାଓବାଦୀଙ୍କ କ୍ୟାମ୍ପ ନଷ୍ଟ କରିବା ସହ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲା । ଜବତ ସାମଗ୍ରୀ ମଧ୍ୟରେ ଡେଟୋନେଟର ୭ଟି, କୋଡେକ୍ସ ତାର ୧ ମିଟର, ସେପ୍ଟି ଫିଉଜ ୧ ମିଟର, ମୋବାଇଲ, ୱାକିଟକି, ଚାର୍ଜର, ଡାୟୋଜ, ବିଦ୍ୟୁତ ତାର, କାର ଚାର୍ଜର, ଟିଫିନ ବକ୍ସ, ଗ୍ଲାସ, ଚଷମା, ଛୁରୀ, ମାଓପୋଷାକ,ପଲିଥିନ, ବ୍ଲାଙ୍କେଟ, ଛତା, ଟୋପି, ବ୍ୟାଟେରୀ, େଔଷଧ, ମାଓପୁସ୍ତକ ଓ ଗ୍ରୋସରି ସାମଗ୍ରୀ ଜବତ କରାଯାଇଛି । ବର୍ତମାନ ମଧ୍ୟ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଥିବା ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande