ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ଓଡ଼ିଶା ରାଜ୍ୟ କ୍ୟାବିନେଟର ଅନୁମୋଦନ
ଭୁବନେଶ୍ୱର, ୨୩ ନଭେମ୍ବର (ହି.ସ.) - ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଠିତ ବୈଠକର
ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ଓଡ଼ିଶା ରାଜ୍ୟ କ୍ୟାବିନେଟର ଅନୁମୋଦନ


ଭୁବନେଶ୍ୱର, ୨୩ ନଭେମ୍ବର (ହି.ସ.) - ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମତି ଦିଆ ଯାଇଛି ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକାଡେମିକ୍ ଉତ୍କର୍ଷ ଗୁଣାତ୍ମକ ଗବେଷଣା ନିମନ୍ତେ ଏବଂ ଅଧିକରୁ ଅଧିକ ଛାତ୍ରଛତ୍ରୀ ଉଚ୍ଚ ଶିକ୍ଷା ପ୍ରାପ୍ତି ଦିଗରେ ହେଉଥିବା ସମସ୍ୟାର ସମାଧାନ କରିବାକୁ ଏହି ସଂଶୋଧନର ଲକ୍ଷ୍ୟ ରହିଛି । ସଂଶୋଧନର ମୁଖ୍ୟ ଦିଗଗୁଡ଼ିକ ହେଉଛି ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉନ୍ନତି ଆଣିବା, ଅଧିକ ସ୍ୱାୟତତା ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସଶକ୍ତ କରିବା ତଥା ଉତରଦାୟିତ୍ୱ ବଜାୟ ରଖିବା ଏବଂ ଆଧ୍ୟାତ୍ମିକ ନିଯୁକ୍ତି ଓ କୁଳପତି ଚୟନ ପ୍ରକ୍ରିୟାରେ ଏକାଡେମିକ୍ ପ୍ରଫେସନାଲ ମାନଙ୍କୁ ଜଡ଼ିତ କରିବା, ସିନେଟ୍‌, ଅର୍ଥ କମିଟି ଏବଂ ବିଲିଡିଂ ଓ ନିର୍ମାଣ କମିଟି ଗଠନ ଇତ୍ୟାଦି ।

ଏହି ଆଇନରେ ସଂଶୋଧନ କରି ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ କୋର୍ଟ ମାମଲା ହେତୁ ଶିକ୍ଷକ ନିଯୁକ୍ତିରେ ଆସିଥିବା ସ୍ଥାଣୁତା ଦୂର କରିବାକୁ ଲକ୍ଷ୍ୟ ରଖିଛନ୍ତି । ନିଯୁକ୍ତି ପାଇଁ ଅଧିକ ସ୍ୱଚ୍ଛ ଏବଂ ସମୟ ସୀମା ବଦ୍ଧ ପ୍ରଣାଳୀ ସୃଷ୍ଟି କରିବାକୁ ଏହି ପରିବର୍ତନଗୁଡ଼ିକ ପରିକଳ୍ପନା କରାଯାଇଛି ।

ଏହି ସଂଶୋଧନ ଜାତୀୟ ଶିକ୍ଷାନୀତି, ୨୦୨୦ ର ପରିବର୍ତନଶୀଳ ଦିଗ ଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛି - ଯେପରିକି ବହୁମୁଖୀ ଶିକ୍ଷା ଉପରେ ଗୁରୁତ୍ୱ, ନିଯୁକ୍ତି ପାଇଁ ଦକ୍ଷତା ବିକାଶ ଏବଂ ଦୂରତା ଶିକ୍ଷା ଇତ୍ୟାଦି ମାଧ୍ୟରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ଉଚ୍ଚ ଶିକ୍ଷା ହାସଲ କରିବେ ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande