ମନରେଗା ରାସ୍ତା ପାଇଁ ବଳି ପଡିଲା ତାଳ ଗଛ, ବନ ବିଭାଗ ନୀରବ! ଶ୍ରମିକ ବଦଳେ ମେସିନ କରୁଛି କାମ
ମାଲକାନଗିରି, ୨୩ ନଭେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ରେ ମନରେଗା ଯୋଜନା ରେ ଚାଲିଥିବା କାମ ଗୁଡିକରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି!ବ୍ଲକ ର ଅଧିକାଂଶ ପଂଚାୟତରେ କାର୍ଯ୍ୟ ଅନୁମୋଦନ ଥାଇ ଶେଷ ହେଉଯାଉଥିବା ବେଳେ ଆଉ କେତେକ କାମ ଶ୍ରମିକ ବଦଳରେ ମେସିନ କରୁଛି ତ ଆଉ କ
ମନରେଗା ରାସ୍ତା ପାଇଁ ବଳି ପଡିଲା ତାଳ ଗଛ, ବନ ବିଭାଗ ନୀରବ!ଶ୍ରମିକ ବଦଳେ ମେସିନ କରୁଛି କାମ


ମନରେଗା ରାସ୍ତା ପାଇଁ ବଳି ପଡିଲା ତାଳ ଗଛ, ବନ ବିଭାଗ ନୀରବ!ଶ୍ରମିକ ବଦଳେ ମେସିନ କରୁଛି କାମ


ମାଲକାନଗିରି, ୨୩ ନଭେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ରେ ମନରେଗା ଯୋଜନା ରେ ଚାଲିଥିବା କାମ ଗୁଡିକରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି!ବ୍ଲକ ର ଅଧିକାଂଶ ପଂଚାୟତରେ କାର୍ଯ୍ୟ ଅନୁମୋଦନ ଥାଇ ଶେଷ ହେଉଯାଉଥିବା ବେଳେ ଆଉ କେତେକ କାମ ଶ୍ରମିକ ବଦଳରେ ମେସିନ କରୁଛି ତ ଆଉ କେଉଁଠାରେ ନବରଙ୍ଗପୁର ଶ୍ରମିକ ମାନେ କାମ କରୁଛନ୍ତି । ଏପରିକି କିଛି କାମ ଆରମ୍ଭ ନହୋଇ ପ୍ରତିଦିନ ଶ୍ରମିକ କାର୍ଯ୍ୟ କରୁଥିବା ଡିମାଣ୍ଡ ଦିଆଚାଲିଛି । ବିଶେଷ କରି ରାସ୍ତା ଓ ଟ୍ରେଂଚ କାମରେ ବନ ବିଭାଗର ବିନା ଅନୁମତିରେ ବହୁ ପରିମାଣ ର ଗଛ କଟାଚାଲିଛି!ଚଳିତ ବର୍ଷ ରାଜ୍ୟ ସରକାର ତାଳ ଗଛର ସୁରକ୍ଷା ପାଇଁ ନିୟମ କଡାକଡି କରିବା ସହ ଏହି ଗଛ କାଟିବା ଉପରେ କଟକଣା ଜାରି କରିଛନ୍ତି। ହେଲେ ମନରେଗା ରାସ୍ତା ତିଆରି ପାଇଁ କଟା ହେଉଛି ଏକାଧିକ ତାଳ ଗଛ। କେବଳ ଏତିକି ନୁହେ ମନରେଗା ଯୋଜନାକୁ ନେଇ କେନ୍ଦ୍ର ସରକାର ସବୁବେଳେ ନାନା ପ୍ରକାରର ଡିଣ୍ଡିମ ପିଟୁଥିବା ବେଳେ ମନରେଗା ଯୋଜନାରେ ଲୋକଙ୍କ ବଦଳରେ ମେସିନ ଦ୍ୱାରା ରାସ୍ତା ନିର୍ମାଣ କାର୍ଯ୍ୟ କରି ଠିକାଦାର ମାଲେମାଲ ହେଉଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗୁମୁକା ପଂଚାୟତର ଏମଭି ୬୫ ଠାରୁ ମନରେଗା ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି ରାସ୍ତା କେନାଲକୁ ସଂଯୋଗ କରିବ। ରାସ୍ତା ନିର୍ମାଣ କାର୍ଯ୍ୟଟି ୨୦୨୩-୨୪ ଆର୍ôଥକ ବର୍ଷର ହୋଇଥିବା ନେଇ ୱେବସାଇଡରେ ଦେଖାଉଥିବା ବେଳେ ବର୍ତମାନ ମଧ୍ୟ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଦେଖାଉଛି। ତେବେ ଏହି ରାସ୍ତା ହେଲେ ଅନେକ ଲୋକେ ଉପକୃତ ହେବେ ସତ କିନ୍ତୁ ରାସ୍ତା ନିର୍ମାଣ ପାଇଁ ସରକାରୀ ନିୟମକୁ ଉଲଂଘନ କରି ଲୋକଙ୍କ ଠାରୁ ବେସୀ ଉପକୃତ ହେଉଛନ୍ତି ଠିକାଦାର ଓ କିଛି ବିଭାଗୀୟ କର୍ମଚାରୀ। ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହି ରାସ୍ତାଟି ମାନରେଗା ଯୋଜନା ମାଧ୍ୟମରେ ହେଉଥିବା ବେଳେ ସ୍ଥାନୀୟ ଶ୍ରମିକ ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ନିଯୋଜିତ ହେବାକଥା। କିନ୍ତୁ ଶ୍ରମିକ ବଦଳରେ କିଛି ଠିକାଦାର ଏହାକୁ ମେସିନ ମାଧ୍ୟମରେ କରୁଥିବା ବେଳେ ଶ୍ରମିକ ମାନେ କାର୍ଯ୍ୟ ପାଇବାରୁ ବଂଚିତ ହେଉଛନ୍ତି। ରାସ୍ତା କାମ ସରି ବାକୁ ଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ଫଳକ ଲେଖାଯାଇନାହିଁ!ସେହିପରି ଏହି ରାସ୍ତା ନିର୍ମାଣ ପାଇଁ ଅନେକ ଗଛ କଟା ଯାଉଥିବା ବେଳେ ଏଥିରେ ଅନେକ ତାଳ ଗଛ ମଧ୍ୟ କଟା ଯାଇଛି। ରାଜ୍ୟରେ ନୂଆ ସରକାର ଆସିବା ପରେ ତାଳ ଗଛ କାଟିବା ଉପରେ ରୋକ ଲଗାଇଥିବା ବେଳେ ଏହି ରାସ୍ତା ପାଇଁ କଟା ଯାଇଥିବା ତାଳ ଗଛ ପାଇଁ କାହାର ଅନୁମତି ନିଆଯାଇଛି ନା ନାହି ତାହା ମଧ୍ୟ ସନ୍ଧେହ ଘେରରେ ରହିଛି। ତେବେ ଏନେଇ ଆମେ ସ୍ଥାନୀୟ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିବା ବେଳେ ବନ ବିଭାଗର ଅଧିକାରୀ ମଧ୍ୟ ଫୋନ ଉଠାଇ ନଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନାହି। ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande