କୋରେଇ, ୨୩ ନଭେମ୍ବର (ହି.ସ.)- ପ୍ରଥମାଷ୍ଟମୀ ଉପଲକ୍ଷେ ଗାଁ ଠୁ ସହର ଚଳଚଂଚଳ ଥିବା ବେଳେ ଅସହାୟ ପରିବାର ନିକଟରେ ପହଂଚି ୬ ଝିଅଙ୍କୁ ପ୍ରଥମାଷ୍ଟମୀ କରାଇଛନ୍ତି ଯୁବ ସମାଜସେବୀ । କୋରେଇ ବ୍ଲକ ଅନ୍ତର୍ଗତ ରଣପୁର ପଂଚାୟତ ରଣପୁର ଗ୍ରାମର ନିରଂଜନ ସାହାଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ବନ୍ଦନା ୬ ଝିଅଙ୍କୁ ନେଇ କଷ୍ଟରେ କାଳତିପାତ କରୁଛନ୍ତି । ୬ ଝିଅଙ୍କ ଭାଗ୍ୟ ବନ୍ଦାନାଙ୍କ ଭାଗ୍ୟରେ ବୋଲି ଖବର ପ୍ରକାଶ ପାଇବା ପରେ ଆଜି ଯୁବ ସମାଜସେବୀ ଶରତ ଚନ୍ଦ୍ର ଦାସ, ବରିଷ୍ଠ ସାମ୍ବାଦିକ ସୁବାସ ଧଳ, ପ୍ରଦୀପ ମାଝୀ, ସୁନିଲ ଓଝା, ଅଶୋକ କୁମାର ଦାସ ପ୍ରମୁଖ ପହଂଚି ୬ ଅସହାୟ ଶିଶୁଙ୍କୁ ପ୍ରଥମାଷ୍ଟମୀ ପାଇଁ ପୋଷାକ ପହଂଚାଇ ପ୍ରଥମାଷ୍ଟମୀ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ