ରାଜ୍ୟ କ୍ୟାବିନେଟ୍‌ରେ ଶିଳ୍ପନୀତି ୨୦୧୫ର ଦୁଇଟି ସଂଶୋଧନ ଅନୁମୋଦନ
ଭୁବନେଶ୍ୱର, ୨୩ ନଭେମ୍ବର(ହି.ସ.) – ରାଜ୍ୟ କ୍ୟାବିନେଟ୍ ଶିଳ୍ପନୀତି ୨୦୧୫ର ଦୁଇଟି ସଂଶୋଧନକୁ ଅନୁମୋଦନ କରିଛନ୍ତି ଯେଉଁଥିରେ ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପ୍ରଦାନ କରିବାକୁ ସକ୍ଷମ ହେବେ ଏବଂ ପ୍ରୋତ୍ସାହନକୁ ସୁଗମ ପରିଚାଳନା ପାଇଁ ସହାୟକ ହେବ। ମୁଖ୍ୟମନ୍ତ୍ର
ରାଜ୍ୟ କ୍ୟାବିନେଟ୍‌ରେ ଶିଳ୍ପନୀତି ୨୦୧୫ର ଦୁଇଟି ସଂଶୋଧନ ଅନୁମୋଦନ


ଭୁବନେଶ୍ୱର, ୨୩ ନଭେମ୍ବର(ହି.ସ.) – ରାଜ୍ୟ କ୍ୟାବିନେଟ୍ ଶିଳ୍ପନୀତି ୨୦୧୫ର ଦୁଇଟି ସଂଶୋଧନକୁ ଅନୁମୋଦନ କରିଛନ୍ତି ଯେଉଁଥିରେ ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପ୍ରଦାନ କରିବାକୁ ସକ୍ଷମ ହେବେ ଏବଂ ପ୍ରୋତ୍ସାହନକୁ ସୁଗମ ପରିଚାଳନା ପାଇଁ ସହାୟକ ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମତି ଦିଆ ଯାଇଛି ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବିଭିନ୍ନ ପ୍ରୋତ୍ସାହନ ଏବଂ ପ୍ରମାଣପତ୍ର ବିଷୟରେ କିମ୍ବା ନୀତି ତଥା ଦରଖାସ୍ତ ପ୍ରଣାଳୀ ବିଷୟରେ ସେମାନଙ୍କର ଅଜ୍ଞତା କାରଣରୁ ଅନେକ କ୍ଷେତ୍ରରେ ଶିଳ୍ପ ସଂସ୍ଥା ଆବେଦନ ପତ୍ର ଦାଖଲ କରିବାରେ ବିଳମ୍ବ ହୁଏ। ଏହାବ୍ୟତୀତ କୋଭିଡ୍‌-୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ମଧ୍ୟ ବିଚାରକୁ ନେଇ ଶିଳ୍ପନୀତି ୨୦୧୫ ଅଧିନରେ ସମସ୍ତ ପ୍ରକାରର ପ୍ରୋତ୍ସାହନ ଏବଂ ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ କରିବାର ସମୟସୀମାକୁ ୧ବର୍ଷରୁ ୨ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ ଦିଆଯାଇଛି। ୨ ବର୍ଷରୁ ଅଧିକ ବିଳମ୍ବ ପାଇଁ, ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ପରବର୍ତୀ ସମୟରେ ଏକକ ପଦକ୍ଷେପ ଭାବରେ ଯେଉଁ ନିବେଶକମାନେ ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିସାରିଛନ୍ତି କିନ୍ତୁ ଧାର୍ଯ୍ୟ ତାରିଖ ମଧ୍ୟରେ ପ୍ରୋତ୍ସାହନ କିମ୍ବା ପ୍ରମାଣପତ୍ର ପାଇଁ ସେମାନଙ୍କ ଆବେଦନ ଦାଖଲ କରିବାରେ ବିଫଳ ହୋଇଥିଲେ। କିନ୍ତୁ ୩୦.୦୬.୨୦୨୩ ମଧ୍ୟରେ ଦାଖଲ କରିଥିଲେ ମଧ୍ୟ ଅଯୋଗ୍ୟ ହୋଇଥିବେ ସେମାନଙ୍କ ଦରଖାସ୍ତ ଯୋଗ୍ୟ ଆବେଦନକାରୀ ଭାବେ ପୁନଃ ବିଚାର କରାଯିବ। ଜୁନ୍ ୩୦ ପରେ ଦାଖଲ ହୋଇଥିବା ଆବେଦନଗୁଡ଼ିକ ବିବେଚନା କରାଯିବ ନାହିଁ, ଯେଉଁଠାରେ ଶିଳ୍ପ ସଂସ୍ଥାର ନିୟନ୍ତ୍ରଣ ବାହାରେ ଥିବା କାରଣରୁ ବିଳମ୍ବ ହେବାର ପରିଲକ୍ଷିତ ହେବ ତାହା ମୁଖ୍ୟ ସଚିବଙ୍କ ସ୍ତରରେ ବିଚାର କରାଯିବ।

ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ରେ ୧୩.୧୨.୨୦୧୮ରେ ଏକ ସଂଶୋଧନ କରାଯାଇଥିଲା ଯେଉଁଥିରେ ଦ୍ରବଣ ନିଷ୍କାସନ ଏବଂ ରିଫାଇନ୍ ତୈଳ ପ୍ରସ୍ତୁତି ଏବଂ ପାନୀୟ ଜଳର ବିଶୋଧନ କାରଖାନା କାର୍ଯ୍ୟକଳାପକୁ ନକରାତ୍ମକ ତାଲିକାରୁ ହଟାଯାଇଥିଲା ଏବଂ ଏହି ନୀତି ଅନୁଯାୟୀ ପ୍ରୋତ୍ସାହନ ପାଇଁ ଯୋଗ୍ୟ ହୋଇଥିଲେ। କିନ୍ତୁ ୧୮.୦୮.୨୦୨୦ରେ ଆଇପିଆର୍ ୨୦୧୫ରେ ସମାନ ବ୍ୟବସ୍ଥା କରାଯାଇଥିଲା।

ଆଇପିଆର୍ ଏବଂ କ୍ଷେତ୍ରୀୟ ନୀତିରେ ଉପରୋକ୍ତ ଅସଙ୍ଗତିକୁ ଦୃଷ୍ଟିରେ ରଖି ସରକାର ଅନୁମୋଦନ କରିଛନ୍ତି ଯେ ୧୮.୦୮.୨୦୨୦ରେ ଆଇପିଆର୍ ୨୦୧୫ରେ କରାଯାଇଥିବା ସଂଶୋଧନ ୨୦୧୬ରେ ହୋଇଥିବା ସଂଶୋଧନ ତାରିଖ ଠାରୁ ଅର୍ଥାତ୍ ୧୩.୧୧.୨୦୧୮ ଠାରୁ କାର୍ଯ୍ୟକାରୀ ହେବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande