୩୬ତମ ରାଜ୍ୟସ୍ତରୀୟ ଟେନିକଏଟ୍ ପ୍ରତିଯୋଗିତା ଉଦ୍ଘାଟିତ
ଭଦ୍ରକ, ୨୩ ନଭେମ୍ବର (ହି.ସ.) - ୩୬ ତମ ରାଜ୍ୟ ଟେନିକଏଟ୍ ପୁରୁଷ/ମହିଳା ଓ ବାଳକ/ବାଳିକା ପ୍ରତିଯୋଗିତା ସ୍ଥାନୀୟ କାଉପୁର ଉଚ୍ଚ ବିଦ୍ୟାଳରେ ଉଦ୍ଘାଟିତ ହୋଇଯାଇଛି। ଭଦ୍ରକର ମାନ୍ୟବର ବିଧାୟକ ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିବା ସହିତ ଟେନିକଏଟ୍ ଖେଳର ଉନ୍ନତି
୩୬ତମ ରାଜ୍ୟସ୍ତରୀୟ ଟେନିକଏଟ୍ ପ୍ରତିଯୋଗିତା ଉଦ୍ଘାଟିତ


ଭଦ୍ରକ, ୨୩ ନଭେମ୍ବର (ହି.ସ.) - ୩୬ ତମ ରାଜ୍ୟ ଟେନିକଏଟ୍ ପୁରୁଷ/ମହିଳା ଓ ବାଳକ/ବାଳିକା ପ୍ରତିଯୋଗିତା ସ୍ଥାନୀୟ କାଉପୁର ଉଚ୍ଚ ବିଦ୍ୟାଳରେ ଉଦ୍ଘାଟିତ ହୋଇଯାଇଛି। ଭଦ୍ରକର ମାନ୍ୟବର ବିଧାୟକ ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିବା ସହିତ ଟେନିକଏଟ୍ ଖେଳର ଉନ୍ନତି ଓ ପ୍ରଗତି ପାଇଁ ମାନ୍ୟବର କ୍ରୀଡା ମନ୍ତ୍ରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ। ଆନ୍ତର୍ଜାତୀୟ ଖେଳାଳୀ ନିର୍ମଳ ସେନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଭଦ୍ରକର ଅତିରିକ୍ତ ଉପଜିଲ୍ଲାପାଳ ତଥା ଜିଲ୍ଳା କ୍ରୀଡ଼ାଅଧିକାରୀ ଶ୍ୟାମଳ କୁମାର ରାୟ ଓ ରମେଶ କୁମାର ମହାନ୍ତି ଯୋଗ ଦେଇ ଖେଳର ଭୁୟସି ପ୍ରଶଂସା କରିଥିଲେ। ଉକ୍ତ ଖେଳରେ ୧୬ଟି ଜିଲ୍ଲାରୁ ୨୪୬ କ୍ରୀଡାବିତ୍ ଯୋଗଦେଇଛନ୍ତି। ଏହା ଆସନ୍ତାକାଲି ଉଦ୍‌ଯାପନ ହେବ। ଆଜିର ସଭାରେ ଭଦ୍ରକ ଜିଲ୍ଲା ଟେନିକଏଟ୍ ସଂଘର ସଭାପତି ଅଧ୍ୟାପକ ଗୋଲକ ନାୟକ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ମନୋଜ ସାହୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଉପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ପୃଷ୍ଟି, ରାଜ୍ୟ କୋଷାଧ୍ୟକ୍ଷ ପ୍ରତାପ ଆଚାର୍ଯ୍ୟ, ସଂଗଠନ ସମ୍ପାଦକ ଦିଲ୍ଲୀପ ଦାସ ଓ ଅସିତ୍ ନାୟକ ଯୋଗ ଦେଇଥିଲେ। ଶେଷରେ ଭଦ୍ରକ ଜିଲ୍ଲା ଉପ ସଭାପତି ସୁବାସ ଦିକ୍ଷୀତ ଅତିଥି ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande