ସାଧାରଣ ଜନତାକୁ ଆକ୍ରମଣ ,୩ଦିନ ପରେ ମଧ୍ୟ ଆକ୍ରମଣକାରୀକୁ ଗିରଫ କରିବାରେ ପୁଲିସ ବିଫଳ
ଭଦ୍ରକ, ୨୩ ନଭେମ୍ବର (ହି.ସ.) - ଗତ ୨୦ତାରିଖ ଦିନ ବାଂଶଡା ଥାନା ଅଧିନସ୍ଥ ଜଳେଶ୍ୱରପୁର ଠାରେ ଜଣେ ସାଧାରଣ ଜନତାଙ୍କୁ ହୋଇଥିବା ମରଣାତ୍ମକ ଆକ୍ରମଣର ଶିକାର ହୋଇଥିବା ରମାକାନ୍ତ ଭଳ ଙ୍କ ପଞରାରେ ୩ଟି ହାଡ ଭାଙ୍ଗି ଯାଇଛି। ଏଭଳି ସ୍ଥିତିରେ ସେ ମୃତ୍ୟୂ ସହ ସଂଗ୍ରାମରତ। ଏ ନେଇ ୨ପକ୍ଷରୁ ବାଂଶଡା ଥାନାରେ ଲ
ସାଧାରଣ ଜନତାକୁ ଆକ୍ରମଣ ,୩ଦିନ ପରେ ମଧ୍ୟ ଆକ୍ରମଣକାରୀକୁ ଗିରଫ କରିବାରେ ପୁଲିସ ବିଫଳ


ଭଦ୍ରକ, ୨୩ ନଭେମ୍ବର (ହି.ସ.) - ଗତ ୨୦ତାରିଖ ଦିନ ବାଂଶଡା ଥାନା ଅଧିନସ୍ଥ ଜଳେଶ୍ୱରପୁର ଠାରେ ଜଣେ ସାଧାରଣ ଜନତାଙ୍କୁ ହୋଇଥିବା ମରଣାତ୍ମକ ଆକ୍ରମଣର ଶିକାର ହୋଇଥିବା ରମାକାନ୍ତ ଭଳ ଙ୍କ ପଞରାରେ ୩ଟି ହାଡ ଭାଙ୍ଗି ଯାଇଛି। ଏଭଳି ସ୍ଥିତିରେ ସେ ମୃତ୍ୟୂ ସହ ସଂଗ୍ରାମରତ। ଏ ନେଇ ୨ପକ୍ଷରୁ ବାଂଶଡା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ଦୀର୍ଘ ୩ଦିନ ବିତଯାଇଥିଲେ ମଧ୍ୟ ବାଂଶଡା ପୁଲିସ ଆଜି ଭଳି ଦିନରେ ଆକ୍ରମଣକାରୀଙ୍କୁ ଗିର‘ କରିବାରେ ବି‘ଳ ହୋଇଛି ବୋଲି ରମାକାନ୍ତ ଭଳଙ୍କ ପରିବାର ଅଭିଯୋଗ ଆଣିଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଗତ ୨୦ତାରିଖ ଦିନ ରମାକାନ୍ତ ନିଜର ଏକ କାମରେ କୋର୍ଟକୁ ଯାଉଥିବା ବେଳେ ସେହି ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ଆକ୍ରୋଶ ମୂଳକ ଭାବେ ରମାକାନ୍ତ କୁ ଆକ୍ରମଣ କରି ଜୀବନରୁ ମାରି ଦେବାକୁ ଚାହିଁଥିଲେ ମାତ୍ର ଏହି ଆକ୍ରମଣରେ ରମାକାନ୍ତ ଅଳ୍ପକେ ରକ୍ଷା ପାଇ ଯାଇଥିଲେ ମଧ୍ୟ ଆକ୍ରମଣକାରୀଙ୍କ ମରଣାତ୍ମକ ଆକ୍ରମଣରେ ରମାକାନ୍ତଙ୍କ ପଞରାରେ ୩ଟି ହାଡ ଭାଙ୍ଗି ଯାଇଛି ଏବଂ ସେ ବର୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ପକ୍ଷରେ ଆକ୍ରମଣକାରୀ ମାନେ ଖୁଲମଖୁଲା ନିଜ ଅଂଚଳରେ ବୁଲୁଥିବା କୁ ନେଇ ରମାକାନ୍ତଙ୍କ ପରିବାର ଆଶଙ୍କାରେ ରହିଛନ୍ତି। ଏଭଳି ପରିସ୍ଥିତିରେ ପୁଲିସର କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିବା ନେଇ ରମାକାନ୍ତଙ୍କ ପରିବାର ଅଭିଯୋଗ ଆଣିଥିବା ବେଳେ ବାଂଶଡା ଥାନାଧିକାରୀ ଦେବରାଜ ଜେନା ଖୁବ ଶୀଘ୍ର ଆସାମୀ ମାନଙ୍କୁ ଗିର‘ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande