ନୂଆ ଚନ୍ଦନ ପୋଖରୀ କାର୍ତିକେଶ୍ୱର ଭସାଣୀ ଉତ୍ସବ
କେନ୍ଦ୍ରାପଡ଼ା, ୨୩ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ପୌରାଂଚଳ ଅନ୍ତର୍ଗତ ୧ନଂ ୱାର୍ଡ଼ରେ ଥିବା ନୂଆ ଚନ୍ଦନ ପୋଖରୀ ପାଖରେ କାର୍ତିକେଶ୍ୱର ଭସାଣୀ ଆଜି ଅନୁଷ୍ଠିତ ହୋଇଛି। କାର୍ତିକେଶ୍ୱର କାର୍ତିକ ମାସ ଦଶମୀ ତିଥିରେ ପୂଜା ପାଉଥିବା କାର୍ତିକେଶ୍ୱରଙ୍କ ମୂର୍ତିକୁ ମହା ସମାରୋହରେ ଏକ ବିରାଟ ଶୋଭାଯାତ୍ରାରେ
ନୂଆ ଚନ୍ଦନ ପୋଖରୀ କାର୍ତିକେଶ୍ୱର ଭସାଣୀ ଉତ୍ସବ


କେନ୍ଦ୍ରାପଡ଼ା, ୨୩ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ପୌରାଂଚଳ ଅନ୍ତର୍ଗତ ୧ନଂ ୱାର୍ଡ଼ରେ ଥିବା ନୂଆ ଚନ୍ଦନ ପୋଖରୀ ପାଖରେ କାର୍ତିକେଶ୍ୱର ଭସାଣୀ ଆଜି ଅନୁଷ୍ଠିତ ହୋଇଛି। କାର୍ତିକେଶ୍ୱର କାର୍ତିକ ମାସ ଦଶମୀ ତିଥିରେ ପୂଜା ପାଉଥିବା କାର୍ତିକେଶ୍ୱରଙ୍କ ମୂର୍ତିକୁ ମହା ସମାରୋହରେ ଏକ ବିରାଟ ଶୋଭାଯାତ୍ରାରେ ବାଜା ନୃତ୍ୟଗୀତ ସହ ଘାଟକୁ ନିଆଯାଇ ବିସର୍ଜନ କରାଯାଇଛି। ଆଜି ମାଉସୀ ମା ମନ୍ଦିର ଠାରୁ ବାହାରି ଶ୍ରୀ ବଳଦେବଜୀୟୁଙ୍କ ଆଜ୍ଞାମାଳ ଦେବାପାଇଁ ଆସିଥାନ୍ତି। ଏହି ମେଢ଼ ଭସାଣୀ ସମୟରେ ବିଭିନ୍ନ ପ୍ରକାର ବାଜା, ଘଂଟ, ଢୋଲ, କେଳା କେଲୁଣୀ, ବିଭିନ୍ନ ପ୍ରକାର ନୃତ୍ୟ ଦେଖିବା ପାଇଁ ଶହ ଶହ ସଂଖ୍ୟକ ଲୋକ ରୁଣ୍ଡ ହୋଇ ଭସାଣୀ ଉତ୍ସବ ଦେଖିବାକୁ ମିଳିଛି। ଇଛାପୁର ଅଂଚଳର ପ୍ରସିଦ୍ଧ କାର୍ତିକେଶ୍ୱରଙ୍କ ପୂଜା ଓ ଭସାଣୀ ଉତ୍ସବ ଦେଖିବା ପାଇଁ ହଜାର ହଜାର ବ୍ୟକ୍ତିଙ୍କ ସମାଗମ ରଥଦାଣ୍ଡରେ ହୋଇଥିଲା। ତେବେ ଶାନ୍ତି ଶୃଙ୍ଖଳାର ସହ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ମେଢ଼ରେ ପୋଲିସ ମୁତୟନ କରାଯାଇଥିଲା। ଭସାଣୀ ସମୟରେ ସଭାପତି ରାଜୀବ ସାହୁ, ରାମ ପ୍ରସାଦ ଶତପଥୀ, ଅଜୟ ଦାସ, ଅକ୍ଷୟ ମିଶ୍ର ପ୍ରମୁଖ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande