ମହତାବ ଥିଲେ ଓଡ଼ିଶାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ - ମୋହନ ମାଝୀ
ଭୁବନେଶ୍ୱର, 23 ନଭେମ୍ବର (ହି.ସ.) - ଭୁବନେଶ୍ବର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ଯ ଏବଂ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ମହାନ ଜନନାୟକ 'ଉତ୍କଳ କେଶରୀ' ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସ୍ମରଣ ଉତ୍ସବର ତୃତୀୟ ଦିବସରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ମହତାବ ଥିଲେ ଓଡ଼ିଶାର    ସର୍ଦ୍ଦାର ବଲ୍ଲଭଭାଇ ପଟେଲ - ମୋହନ      ମାଝୀ


ଭୁବନେଶ୍ୱର, 23 ନଭେମ୍ବର (ହି.ସ.)

- ଭୁବନେଶ୍ବର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ଯ ଏବଂ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ମହାନ ଜନନାୟକ 'ଉତ୍କଳ କେଶରୀ' ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସ୍ମରଣ ଉତ୍ସବର ତୃତୀୟ

ଦିବସରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଧୁନିକ

ଓଡ଼ିଶା ନିର୍ମାଣର ନିର୍ମାତା ଥିଲେ ମହତାବ। ତାଙ୍କ ବିନା ଓଡ଼ିଶାର ବିକାଶ ସମ୍ଭବ ନୁହେଁ। ଆଗକୁ

ଏକ ବର୍ଷ ପ୍ରତି ଜିଲ୍ଲାରେ ହେବ ମହତାବଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହେବ। ମହତାବ

ହେଉଛନ୍ତି ଦେଶର ବରପୁତ୍ର। ତାଙ୍କର ଦେଶ ସେବାରେ ପ୍ରଥମ୍ ସୁଯୋଗ ଥିଲା ସ୍ଵାଧୀନତା ସଂଗ୍ରାମରେ

ଯୋଗ ଦେବା।ବୃହତ ଓଡ଼ିଶା ଗଠନରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ସେ ଥିଲେ ଓଡ଼ିଶାର ସର୍ଦ୍ଦାର

ପଟେଲ।

ଆଧୁନିକ ଓଡ଼ିଶାର

ନିର୍ମାତାଙ୍କୁ ଲୁଚେଇକି ରଖି ତାଙ୍କୁ ଅବହେଳା କରାଯାଇଥିଲା। ଏପରିକି ରାଜ୍ୟସ୍ତରୀୟ ତାଙ୍କ

ଜନ୍ମ ଜୟନ୍ତୀ ପାଳନ ବନ୍ଦ କରି ଦେଇଥିଲେ। ମହତାବ ନିଜେ ଏକ ଅନୁଷ୍ଠାନ ଥିଲେ। ଆଜି ଯେଉଁଠି

ଆଙ୍ଗୁଳି ଦେଖାଇବା ତାହା ତାଙ୍କୁ ଅବଦାନ ଥିଲା। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ହୀରାକୁଦ ନଦୀ ବନ୍ଧ, ଆକାଶବାଣୀ କଟକ, ନନ୍ଦନ

କାନନଙ୍କ ଭଳି ଅନେକ ତାର ବଡ ଉଦାହରଣ। ମହତାବ ବାବଦରେ ଅନେକ କଥା ଲୁଚେଇ ଦିଆ ଯାଇଥିଲା।

ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଜନ୍ମ ଜୟନ୍ତୀରେ ଯୋଗ ଦେବା ମୋ ପାଇଁ ସୌଭାଗ୍ୟ। ବରପୁତ୍ରମାନଙ୍କୁ

ସମ୍ମାନ ଦେବା ପାଇଁ ଆମ ସରକାର ତତ୍ପର। ବିଗତ ଅନେକ ବର୍ଷ ଧରି ଓଡ଼ିଶା କେବା ଗୋଟିଏ ପରିବାରର

ଅବଦାନ ବୋଲି କୁହାଯାଉଥିଲା। ଓଡ଼ିଶାର ସାଢେ ଚାରି କୋଟି ଓଡ଼ିଆ ଜାଣିବା ଦରକାର ମହତାବ ଅବଦାନ

ନିରପେକ୍ଷ ଭାବେ ସମସ୍ତଙ୍କ ଆଗକୁ ଆସିବ। ଯେଉଁ ବରପୁତ୍ର ସମ୍ମାନ ଦିଆଯାଇ ନାହିଁ ତାଙ୍କ ମୋଦିଜି

ସମ୍ମାନକୁ ଆଣି ସମ୍ମାନ ଦେବେ। ସାମନ୍ତବାଦି ଇତିହାସକର ମାନେ ସୁବାସ ବୋଷ, ବାଲ ଗଙ୍ଗାଧର ତିଳକ, ବିର୍ଷା ମୁଣ୍ଡା, ଭଗତ ସିଂ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆବଦାନକୁ ଅଣଦେଖା

କରି ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande