ଭୁବନେଶ୍ୱର, 23 ନଭେମ୍ବର (ହି.ସ.)
- ମହାରାଷ୍ଟ୍ର
ଏବଂ ଝାଡଖଣ୍ଡ ନିର୍ବାଚନ ଫଳାଫଳକୁ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ପ୍ରତିକ୍ରିୟା
ରଖିଛନ୍ତି । ସେ କହିଛନ୍ତି ମହାରାଷ୍ଟ୍ରରେ
ସ୍ଥିର ସରକାର ପାଇଁ ଜନତା ଚାହୁଁଥିଲେ । ସେଥିରୁ ଜଣାପଡୁଥିଲା ଏନଡିଏ ପାଇଁ ଜନତାଙ୍କ ସମର୍ଥନ
ରହିଛି । ସେହି ନିର୍ବାଚନ ଫଳ ଏବେ ଦେଖିବାକୁ ମିଳୁଛି । ଏନଡିଏର ଯେଉଁ ନାରା ରହିଥିଲା ସେହି
ଅନୁଯାୟୀ ଆଜି ମହାରାଷ୍ଟ୍ରରେ ସରକାର ହେବାକୁ ଯାଉଛି । ମୋଦିଙ୍କ ଉପରେ କେନ୍ଦ୍ରରେ ଏବଂ
ମହାରାଷ୍ଟ୍ରରେ ଜନତାଙ୍କ ଭରସା ବଢୁଛି । କଥାରେ ଅଛି ୟୁ ଉଇନ ସମ, ୟୁ ଲୁଜ ସମ । ଏହି କ୍ରମରେ ଝଡ଼ଖଣ୍ଡରେ ଆମ ସରକାର
ନଥିଲା । କିନ୍ତୁ ମହାରାଷ୍ଟ୍ରରେ ଆମ ସରକାର ପୂର୍ବରୁ ଥିଲା । ତେଣୁ ମହାରାଷ୍ଟ୍ରରେ ଏନଡିଏର ବମ୍ପର
ବିଜୟ ହେବାକୁ ଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା