ଘଟଗାଁ, ୨୩ ନଭେମ୍ବର (ହି.ସ.)- ଦାଦନ ଶ୍ରମିକର କରୁଣ କାହାଣୀ। ଗରିବୀ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ପରିବାର ଲୋକଙ୍କ ଠାରୁ ଅନେକ ଦୂରକୁ ଭଦ୍ରକ ଜିଲ୍ଲା ବାସୁଦେବ ପୁର ( ସୁରେଶ୍ୱର ) ଗ୍ରାମର ଆଦିକନ୍ଦ ମହାକୁଡ଼ଙ୍କ ପୁଅ ସଞ୍ଜୟ ମହାକୁଡ଼ (୨୪) ବର୍ଷ ଦାଦନ ଶ୍ରମିକ ଭାବେ ବାଙ୍ଗାଲୋର ସହରକୁ ଯାଇଥିଲେ। ସେଠାରେ ୱେଲସନ୍ ନାମକ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଭାବରେ କାମ କରୁଥିଲେ। ଦୁଃଖର ବିଷୟ କମ୍ପାନୀକୁ ଯାଉଥିବା ସମୟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ତାଙ୍କ ଛାତିରେ ଶକ୍ତ ଆଘାତ ଲାଗିଛି। ଚିକିତ୍ସା ନିମନ୍ତେ ଅର୍ଥ ପ୍ରତିବନ୍ଧକ ସାଜିଛି। ମା ' ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗାଲୋର ପକ୍ଷରୁ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଥିଲେ ସୁଦ୍ଧା ଅର୍ଥର ଅଭାବ ରହିଛି। ଏଣୁ ତାଙ୍କ ପରିବାର ପକ୍ଷରୁ ସାହାଯ୍ୟ ଲୋଡ଼ିବା ସହ ସ୍ୱାଇଛାରେ ସହଯୋଗ କରିବା ପାଇଁ ଏକ ଫୋନ୍ ପେ ନମ୍ବର 8917633365 ଜାରି କରିଛନ୍ତି। ଏଣୁ ଇଛୁକ ବ୍ୟକ୍ତି ଉକ୍ତ ନମ୍ବର ଯୋଗାଯୋଗ କରି ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ