କାଠମାଣ୍ଡୁ : ୫ କେଜି ସୁନା ସହିତ ଦୁଇ ଭାରତୀୟ ଯୁବକ ଗିରଫ
କାଠମାଣ୍ଡୁ, ୧୩ ମଇ (ହି.ସ.)- ନେପାଳର କାଠମାଣ୍ଡୁ ସ୍ଥିତ ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପୋଲିସ ଦୁଇ ଜଣ ଭାର
କାଠମାଣ୍ଡୁ : ୫ କେଜି ସୁନା ସହିତ ଦୁଇ ଭାରତୀୟ ଯୁବକ ଗିରଫ


କାଠମାଣ୍ଡୁ, ୧୩ ମଇ (ହି.ସ.)- ନେପାଳର କାଠମାଣ୍ଡୁ ସ୍ଥିତ ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପୋଲିସ ଦୁଇ ଜଣ ଭାରତୀୟ ଯୁବକଙ୍କ ଠାରୁ ୫ କେଜିରୁ ଅଧିକ ସୁନା ଜବତ କରିଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ।

ବିମାନବନ୍ଦରରେ ଥିବା ନେପାଳ ପୋଲିସର ଏସଏସପି କୃଷ୍ଣହରି ଶର୍ମା ଏନେଇ ସୂଚନା ଦେଇ କହିଛନ୍ତି ଯେ, ସମ୍ପୃକ୍ତ ଦୁଇ ଜଣ ଯୁବକ ଯେଉଁ କପଡ଼ା ପିନ୍ଧିଥିଲେ, ତା ଭିତରେ ସୁନାକୁ ଗୁଳା କରି ତାର ପ୍ରଲେପ ଲଗାଯାଇଥିଲା । ଏପରିକି ଭିତରେ ପିନ୍ଧିଥିବା ବସ୍ତ୍ରରେ ମଧ୍ୟ ସୁନାର ପ୍ରଲେପ ଦିଆଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande