ତୃତୀୟ କାର୍ଯ୍ୟକାଳରେ ସମାନ ନାଗରିକ ସଂହିତା ଲାଗୁ କରିବ ମୋଦି ସରକାର-ରାଜନାଥ
ବଲିୟା, 17 ମଇ (ହି.ସ.)- ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତର ପ୍ରଦେଶର ବଲିୟା ଜିଲ
ତୃତୀୟ କାର୍ଯ୍ୟକାଳରେ ସମାନ ନାଗରିକ ସଂହିତା ଲାଗୁ କରିବ ମୋଦି ସରକାର-ରାଜନାଥ


ବଲିୟା, 17 ମଇ (ହି.ସ.)- ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତର ପ୍ରଦେଶର ବଲିୟା ଜିଲ୍ଲାର ସିକନ୍ଦରପୁରରେ ନିର୍ବାଚନୀ ଜନସଭାରେ ଘୋଷଣା କରିଛନ୍ତି ଯେ, କେନ୍ଦ୍ରରେ ତୃତୀୟ ଥର କ୍ଷମତାକୁ ଆସିଲେ ସମା ନାଗରିକ ସଂହିତା ଲାଗୁ କରାଯିବ । ଏହା ଆମର ପ୍ରତିଶ୍ରୁତି ଅଟେ ।କାରଣ ଏହା ଭାରତର ସମ୍ବିଧାନର ନୀତି ନିର୍ଦ୍ଦେଶକ ତତ୍ତ୍ୱରେ ସାମିଲ ରହିଛି ।

ରାଜନାଥ ସଲେମପୁର ଲୋକସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ରବୀନ୍ଦ୍ର କୁଶୱାହାଙ୍କ ସମର୍ଥନରେ ଆୟୋଜିତ ଜନସଭାରେ କହିଛନ୍ତି ଯେ, ସମ୍ବିଧାନ ନିର୍ମାତାମାନେ ବି ସମାନ ନାଗରିକ ସଂହିତା ସଂପର୍କରେ କହିଥିଲେ । ସେମାନେ କହିଥିଲେ ଯେ, ଆମେ ରାଜନୀତି ଦେଶ ନିର୍ମାଣ ପାଇଁ କରୁଛୁ । ଆଜି ଦେଶର ପ୍ରଶସ୍ତ ରାସ୍ତାର ଶ୍ରେୟ ଅଟଳଜୀଙ୍କୁ ଯାଉଛି । 2014ରେ ଆସିଥିବା ମୋଦି ଏବେ ଯାଏ କଣ କରିନାହାନ୍ତି । ଏବେ ଆଗକୁ ବି ବହୁତ କିଛି କରିବେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande