ଖୋର୍ଦ୍ଧା କପ୍ ଉଦଯାପିତ ୱାଡ଼ ନମ୍ବର ୧୩ ଚାମ୍ପିଅନ।
ଖୋର୍ଦ୍ଧା:୨୦ମେ(ହିସ) ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ବି ଜେ ବି ହାଇସ୍କୁଲ ପଡ଼ିଆରେ ଖୋର୍ଦ୍ଧା କ୍ରିକେଟ ଆନ
ଖୋର୍ଦ୍ଧା କପ


ଖୋର୍ଦ୍ଧା:୨୦ମେ(ହିସ) ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ବି ଜେ ବି ହାଇସ୍କୁଲ ପଡ଼ିଆରେ ଖୋର୍ଦ୍ଧା କ୍ରିକେଟ ଆନୁକୁଲ୍ୟରେ ଖୋର୍ଦ୍ଧା କପ୍ ୨୦୨୪ ଟେନିସ ବଲ୍ ହଂଗାମା ସଫଳତା ର ସହିତ ଶେଷ ହୋଇଛି।ଏଥିରେ ପୌର ପରିଷଦ ର ୨୪ ଟି ଦଳ ଭାଗ ନେଇଥିଲେ।ତିନୋଟି ଗ୍ରୁପ୍ ରେ ଖେଳ ହୋଇଥିଲା।ଗ୍ରୁପ୍ ଚାମ୍ପିଅନ ଟିମ୍ ମାନେ ହେଲେ ୱାଡ ୨୧, ୱାଡ଼ ୧୩, ୱାଡ଼ ୧୬ ଏବଂ ସୁପର ଥ୍ରି ମଧ୍ୟରେ ପରସ୍ପର ସହିତ ଖେଳିଥିଲେ। ୱାଡ଼ ୧୩ ଚାମ୍ପିଅନ, ୱାଡ଼ ୧୬ ପ୍ରଥମ ରନର୍ସ ଅପ୍ ଏବଂ ୱାଡ଼ ୨୧ ଦ୍ଵିତୀୟ ରନର୍ସ ଅପ ହୋଇଥିଲେ।ବେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ଜିତେନ୍ ଜେନା, ବେଷ୍ଟ ବୋଲର ଭାବେ ଭବାନୀ ମହାନ୍ତି ଓ ଇମର୍ଜିଂ ଖେଳାଳି ଭାବେ ବିକାଶ କୁମାର ବେହେରା ପୁରସ୍କୃତ ହୋଇଛନ୍ତି।ଓଡ଼ିଶା କ୍ରିକେଟ ଆସୋସିଏସନ୍ କୋଷାଧ୍ୟକ୍ଷ ବିକାଶ ପ୍ରଧାନ,ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି,ଯୁବ ସମାଜସେବୀ ଭବାନୀ ଶଙ୍କର ପଣ୍ଡା, ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ,ଆଇନଜୀବୀ ଅବ୍ୟକ୍ତ ହରିହର ଖାଡଙ୍ଗା ,ସମାଜସେବୀ ବି ଜେ ଡି ଗଣମାଧ୍ୟମ ଜିଲ୍ଲା ସଂଯୋଜକ ଲଳିତ ମୋହନ ମହାପାତ୍ର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଏହି ଖେଳ ପାଇଁ ସମସ୍ତ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ହିନ୍ଦୁସ୍ଥାନ ସମାଚାର ରାକେଶ /ବନ୍ଦନା


 rajesh pande