ଏଥର ସଫା ଦିଶୁଛି ଓଡ଼ିଶାରେ ବିଜେପି ୨୧ରୁ ୨୧ ଜିତିବ – ଜେପି ନଡ୍ଡା
ଭୁବନେଶ୍ୱର, 23 ମଇ – ଏଥର ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଲୋକ ମନସ୍ଥ କରିସାରିଛନ୍ତି । ରାଜ୍ୟରେ ବିଜେପି ସରକାର ପ
ଏଥର ସଫା ଦିଶୁଛି ଓଡ଼ିଶାରେ ବିଜେପି ୨୧ରୁ ୨୧ ଜିତିବ – ଜେପି ନଡ୍ଡା


ଭୁବନେଶ୍ୱର, 23 ମଇ – ଏଥର ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଲୋକ ମନସ୍ଥ କରିସାରିଛନ୍ତି । ରାଜ୍ୟରେ ବିଜେପି ସରକାର ପାଇଁ ଲୋକ ମନସ୍ଥ କରିଛନ୍ତି । ଏଥର ସଫା ଦିଶୁଛି ଓଡ଼ିଶାରେ ବିଜେପି ୨୧ରୁ ୨୧ ଜିତିବ । କରଂଜିଆ ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହା କହିଛନ୍ତି ।

ସେ କହିଛନ୍ତି ଯେ, ବିଜେପି ସରକାର ଆସିଲେ ଓଡ଼ିଶାର ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । ଓଡ଼ିଶାରେ ଏବେ ପାଣ୍ଡିଆନ ସରକାର ଚଳାଉଛନ୍ତି । ଏଭଳି ବ୍ୟବସ୍ଥାକୁ ବରଦାସ୍ତ କରନ୍ତୁନି ବୋଲି ସେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା


 rajesh pande