ପୁରୀ ସଦର ଅଂଚଳରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭଙ୍କ ବିଶାଳ ବାଇକ୍ ରାଲି
ପୁରୀ, ୨୩ ମଇ (ହି.ସ.)- ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ନେତୃତ୍ଵର
ପୁରୀ ସଦର ଅଂଚଳରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭଙ୍କ ବିଶାଳ ବାଇକ୍ ରାଲି


ପୁରୀ ସଦର ଅଂଚଳରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭଙ୍କ ବିଶାଳ ବାଇକ୍ ରାଲି-୨


ପୁରୀ ସଦର ଅଂଚଳରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭଙ୍କ ବିଶାଳ ବାଇକ୍ ରାଲି-୧


ପୁରୀ ସଦର ଅଂଚଳରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭଙ୍କ ବିଶାଳ ବାଇକ୍ ରାଲି-୫


ପୁରୀ ସଦର ଅଂଚଳରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭଙ୍କ ବିଶାଳ ବାଇକ୍ ରାଲି-୪


ପୁରୀ, ୨୩ ମଇ (ହି.ସ.)- ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ନେତୃତ୍ଵରେ ଏକ ବିଶାଳ ବାଇକ୍ ରାଲି ଗତକାଲି ପୁରୀ ସଦର ଅଂଚଳରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ଟାରେ ଏହି ରାଲି ସମଯାଜପୁର ଠାରୁ ବାହାରି ବୀରପ୍ରତାପପୁର ପଂଚାୟତ, ମାଳତୀପାଟପୁର ପଂଚାୟତ, ଗଙ୍ଗାନାରାୟଣପୁର ପଂଚାୟତ, ଚନ୍ଦନପୁର ପଂଚାୟତ, ବାଲିପୁଟ, ରାଇଗୋରଡ଼ା, ଜମାରସୁଆଁ, ଗଡ଼ମୁଗସିରା ପଂଚାୟତ ଦେଇ ବାଲିପଡ଼ା ପଂଚାୟତରେ ରାତି ପ୍ରାୟ ୧୦ଟା ସମୟରେ ଶେଷ ହୋଇଥିଲା । ହଜାରେରୁ ଉର୍ଦ୍ଧ୍ବ ବାଇକ୍ ସହ ପ୍ରାୟ ୩ ହଜାରରୁ ଅଧିକ ଦଳୀୟ କାର୍ଯ୍ୟକର୍ତା ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ ।

ତେବେ ଚଳିତ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ସ୍ଵାଧିନ ଭାବେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଲୋକଙ୍କ ସମସ୍ୟା ସହିତ ଜଡ଼ିତ ଓ କାର୍ଯ୍ୟଦକ୍ଷତା ନେଇ ପୁରୀ ସଦର ନିର୍ବାଚନ ମଣ୍ଡଳିର ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ ଉମାବଲ୍ଲଭଙ୍କ ପରିଚୟ ସ୍ଵତନ୍ତ୍ର । ଜନସାଧାରଣଙ୍କ ସମସ୍ୟା ସୁଧାର ପାଇଁ ସରକାରୀ ତହବିଲରୁ ଯୋଜନା ଆଧାରରେ ଟଙ୍କା ଖର୍ଚ୍ଚ କରିବା ପରିବର୍ତେ ପୁରୀ ମଧୁର ଜଳ ସଂରକ୍ଷଣ ଓ ବେଦାନ୍ତକୁ ବେଆଇନ ଜମି ହସ୍ତାନ୍ତର କରିବା ଘଟଣାରେ ସେ କୌଣସି ସରକାରୀ ଅନୁଦାନକୁ ଅପେକ୍ଷା ନକରି ବ୍ୟକ୍ତିଗତ ଉଦ୍ୟମରେ ଏସବୁର ସମାଧାନ କରି ଆସିଛନ୍ତି । ଏଣୁ ପୁରୀ ସହର ସମେତ ସଦର ଅଂଚଳରେ ଉମାବଲ୍ଲଭ ଏବେ ବେଶ୍ ଜନାଦୃତ ହୋଇପାରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ//ସମନ୍ୱୟ


 rajesh pande