କାଲି ଜାମତାଡାରେ ନିର୍ବାଚନୀ ସଭା କରିବେ ଅମିତ ଶାହ
ରାଂଚି, 23 ମଇ (ହି.ସ.)- ଗୃହମନ୍ତ୍ରୀ ଅମିତ ଶାହ ମେ 24ରେ ଛାରଖଣ୍ଡ ଗସ୍ତ କରିବେ । ସେ ଜାମତଡାର ମେଝିୟା ଗାଁରେ ଦୁମକା
କାଲି ଜାମତାଡାରେ ନିର୍ବାଚନୀ ସଭା କରିବେ ଅମିତ ଶାହ


ରାଂଚି, 23 ମଇ (ହି.ସ.)- ଗୃହମନ୍ତ୍ରୀ ଅମିତ ଶାହ ମେ 24ରେ ଛାରଖଣ୍ଡ ଗସ୍ତ କରିବେ । ସେ ଜାମତଡାର ମେଝିୟା ଗାଁରେ ଦୁମକା ସିଟରୁ ବିଜେପି ପ୍ରାର୍ଥୀ ସୀତା ସୋରେନଙ୍କ ପାଇଁ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ଏହାକୁ ନେଇ ଜୋରସୋରରେ ପ୍ରସ୍ତୁତି ଚାଲିଛି । କାର୍ଯ୍ୟକ୍ରମକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଶାହଙ୍କ କାର୍ଯ୍ୟକ୍ରମ ପାଇଁ ଦୁର୍ଗା ମନ୍ଦିର ମୈଦାନରେ ଭବ୍ୟ ପେଣ୍ଡାଲ ନିର୍ମାଣ କରାଯାଉଛି । ଦୁମକା ଲେକସଭା ସିଟ ବେଶ୍ ହଟ୍ ସିଟ ଭାବେ ପରିଗଣିତ ହେଉଛି । ବିଜେପି ଏହି ସିଟରେ ନିଜ ବିଜୟ ବଳବତ୍ତର ରଖିବାକୁ ଚାହୁଁଛି । ଏଥର ଏହି ସିଟରୁ ବିଜେପି ସୋରେନ ପରିବାରର ବୋହୂ ସୀତା ସୋରେନଙ୍କୁ ପ୍ରାର୍ଥୀ କରିଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande