ମୟୁରଭଂଜ, ଭଦ୍ରକ, ଯାଜପୁର ଓ ଜଗତସିଂହପୁରରେ ନଡ୍ଡାଙ୍କ ଟାର୍ଗେଟ୍
ଓଡିଶା ଜନତା ନବୀନ ପଟ୍ଟନାୟକଙ୍କୁ ବିଶ୍ରାମ ଦେବା ଓ ବିଜେପିକୁ କାମ ଦେବାକୁ ସ୍ଥିର କରିଛନ୍ତି ଓଡିଶାର ପ୍ରଶାସନ ବାହା
ମୟୁରଭଂଜ, ଭଦ୍ରକ, ଯାଜପୁର ଓ ଜଗତସିଂହପୁରରେ ନଡ୍ଡାଙ୍କ ଟାର୍ଗେଟ୍


ଓଡିଶା ଜନତା ନବୀନ ପଟ୍ଟନାୟକଙ୍କୁ ବିଶ୍ରାମ ଦେବା ଓ ବିଜେପିକୁ କାମ ଦେବାକୁ ସ୍ଥିର କରିଛନ୍ତି

ଓଡିଶାର ପ୍ରଶାସନ ବାହାର ଲୋକ ମାନେ ଚଳାଉଛନ୍ତି

- ଓଡିଶାରେ ବିଜେପିର ସରକାର ହେଲେ ଓଡିଶାର ପୁଅ ବା ଝିଅ ଏଠାକାର ମୁଖ୍ୟମନ୍ତ୍ରୀ ହେବ

ଭୁବନେଶ୍ୱର, 23 ମଇ (ହି.ସ.) - ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଗୁରୁବାର ଦିନ ଓଡିଶାର ମୟୁରଭଂଜ, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଠାରେ ଆୟୋଜିତ ବିଶାଳ ଜନସଭା ଗୁଡିକୁ ସମ୍ବୋଧିତ କରି ବିଜେପି ସରକାରର କାର୍ଯ୍ୟକାଳରେ ହୋଇଥିବା ଅଭୁତପୂର୍ବ ବିକାଶ କାର୍ଯ୍ୟର ଉଲ୍ଲେଖ କରିଥିଲେ । ଏହା ସହିତ ସେ ବିଜୁ ଜନତା ଦଳ ଓ ଇଂଡି ମେଂଟର ତୁଷ୍ଟିକରଣ ଓ ଦୁର୍ନୀତିଗ୍ରସ୍ତ ନୀତି ଉପରେ ଜୋରଦାର ଆକ୍ରମଣ କରିଥିଲେ ।

ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ ଓଡ଼ିଶାର ଲୋକେ ନବୀନ ପଟ୍ଟନାୟକଙ୍କୁ ବିଶ୍ରାମ ଦେବାକୁ ମନରେ ସ୍ଥିର କରିଛନ୍ତି ଏବଂ ବିଜେପିକୁ କାମ ଦେବାକୁ ସ୍ଥିର କରିଛନ୍ତି । ୧୦ ବର୍ଷ ପୂର୍ବରୁ ସାଧାରଣ ଲୋକେ ଏହା ଭାବିନେଇଥିଲେ ଯେ, ଭାରତରେ କିଛି ବଦଳିବ ନାହିଁ, କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୦ ବର୍ଷର ନେତୃତ୍ୱରେ ରାଜନୀତିର ଗତି, ଚରିତ୍ର, ସଂସ୍କୃତି ଓ ପରିଭାଷା ବଦଳାଇଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପରେ ଭାରତ ବଦଳୁଛି ଏବଂ ଲୋକଙ୍କ ମଧ୍ୟରେ ଏହି ବିଶ୍ୱାସ ଆସିଛି ଯେ, ଆମେ ବିକଶିତ ଭାରତ ଅଭିମୁଖେ ଆଗକୁ ବଢୁଛି । କଂଗ୍ରେସ ଓ ବିଜେଡି ସରକାରରେ ଆଦିବାସୀ ଭାଇଙ୍କୁ କେବଳ ଭୋଟବ୍ୟାଙ୍କ ଭାବେ ଦେଖାଯାଇଥାଏ ଏବଂ ସେମାନଙ୍କର କେବେ ବି ଚିନ୍ତା କରାଯାଇନାହିଁ କିନ୍ତୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମସ୍ତ ଆଦିବାସୀ ଭାଇଭଉଣୀଙ୍କୁ ପରିଚୟ ଦେଇଛନ୍ତି, ଶକ୍ତି ଦେଇଛନ୍ତି ଏବଂ ସେମାନଙ୍କ ଉତ୍ଥାନରେ ନିଜର ଯୋଗଦାନ ଦେଇଛନ୍ତି ।

ଶ୍ରୀ ନଡ୍ଡା କହିଛନ୍ତି ଯେ, ଏହି ନିର୍ବାଚନରେ ଯଦି ଓଡ଼ିଶାର ଲୋକ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିଦେବେ ତେବେ ୩ବର୍ଷ ମଧ୍ୟରେ ଭାରତ ଦୁନିଆର ତୃତୀୟ ଆର୍ôଥକ ଶକ୍ତି ପାଲଟିଯିବ । ଆଜି ଅଟୋମୋବାଇଲ ଶିଳ୍ପରେ ଭାରତ ଜାପାନକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଂଚିଯାଇଛି, ବିଶ୍ୱରେ ଔଷଧ ପ୍ରସ୍ତୁତିରେ ଭାରତ ଏବେ ଦ୍ୱିତୀୟ ସ୍ଥାନକୁ ଆସିଛି ଏବଂ ଦୁନିଆରୋ ସବୁଠୁ ଶସ୍ତା ଓ ପ୍ରଭାବଶାଳୀ ଔଷଧ ଭାରତ ପ୍ରସ୍ତୁତ କରୁଛି । ଷ୍ଟିଲ ଉତ୍ପାଦନରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି, ୧୦ ବର୍ଷ ପୂର୍ବରୁ ମୋବାଇଲ ଉପରେ ମେଡ୍ ଇନ ଚାଇନା, ତାଇୱାନ, ଜାପାନ ଓ କୋରିଆ ଲେଖା ରହୁଥିଲା, କିନ୍ତୁ ଆଜି ମେଡ୍ ଇନ ଇଣ୍ଡିଆ ଲେଖାଯାଉଛି ।

ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତ୍ୟେକ ଗରୀବଙ୍କୁ ଆଜି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ମିଳୁଛି , କିନ୍ତୁ ନବୀନ ବାବୁ ଏହାକୁ ଓଡିଶାରେ ଲାଗୁ ହେବାକୁ ଦେଲେ ନାହିଁ, ଯାହା କାରଣରୁ ଓଡିଶାର ଲୋକମାନେ ଏହି ଲାଭରୁ ବଞ୍ଚିତ ରହିଗଲେ । ଆଜି ବିକାଶର ନୂଆ କାହାଣୀ ଲେଖାଯାଉଛି । ୨ ଲକ୍ଷ ପଞ୍ଚାୟତ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇଭର ପହଞ୍ଚାଯାଇଛି, ୨ ଲକ୍ଷ ଗାଁରେ କମନ୍ ସର୍ଭିସ୍ ସେଣ୍ଟର ଖୋଲାଯାଇଛି । ଆଜି ପରିବାବାଲା ମଧ୍ୟ ଡିଜିଟାଲ ପେମେଣ୍ଟ ବ୍ୟବହାର କରୁଛି ।

ଶ୍ରୀ ନଡ୍ଡା କହିଛନ୍ତି ଯେ ଓଡିଶାର ୫୩ ଲକ୍ଷ ମା ଓ ଭଉଣୀଙ୍କ ସମେତ ଦେଶର ୧୦ କୋଟି ମା ଓ ଭଉଣୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ କନେକ୍ସନ୍ ଦିଆଯାଇଛି ଓ ଆଗାମୀ ସମୟରେ ଗ୍ୟାସ୍ ପାଇପ୍ ଲାଇନ୍ ମାଧ୍ୟମରେ ଗରୀବଙ୍କ ଘର ପର୍ଯ୍ୟନ୍ତ ଶସ୍ତାରେ ଗ୍ୟାସ୍ ପହଞ୍ଚାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ କୋଟି ଗରୀବଙ୍କୁ ପକ୍କା ଘର ଦିଆଯାଇଛି ଓ ଆଗାମୀ ୫ ବର୍ଷରେ ଆହୁରି ୩ କୋଟି ପକ୍କା ଘର ନିର୍ମାଣ କରିବାକୁ ସଂକଳ୍ପ ନିଆଯାଇଛି । ଓଡିଶାର ଗ୍ରାଣ୍ଟ ଇନ୍ ଏଡ୍ କୁ ୩ ଗୁଣା ବଢାଯାଇଛି , ସମ୍ବଲପୁରରେ ଆଇଆଇଏମ୍ ନିର୍ମାଣ କରାଯାଇଛି , ଭୁବନେଶ୍ୱର ଓ ରାଉରକେଲାକୁ ସ୍ମାର୍ଟ ସିଟି କରାଯାଇଛି ଓ କେବଳ ଓଡିଶାରେ ୪୩୦୦ କିଲୋମିଟର ଜାତୀୟ ରାଜମାର୍ଗ ନିର୍ମାଣ କରାଯାଇଛି । ରାୟପୁର-ବିଶାଖାପାଟଣା ଗ୍ରୀନ୍ ଫିଲ୍ଡ କରିଡର ନିର୍ମାଣ କରାଯାଉଛି , ରେଳ ବଜେଟ୍ ୧୨ ଗୁଣା ବୃଦ୍ଧି କରାଯାଇଛି ଓ ୪ ଟି ନୂଆ ଏୟାରପୋର୍ଟ ଓଡିଶାକୁ ଦିଆଯାଇଛି । କେନ୍ଦୁଝରରେ ସିଙ୍ଗଡାରୁ ନେଇ ବିଞ୍ଜାବାହାଲ ସେକ୍ସନ ପର୍ଯ୍ୟନ୍ତ ୧୧୦୦ କୋଟି ଟଙ୍କା ବ୍ୟୟରେ ଫୋର ଲେନ୍ ହାଇୱେର କାମ ଚାଲିଛି ଓ ଶିମିଳିପାଳର କାଇ ଚଟଣୀକୁ ଜିଆଇ ଟ୍ୟାଗ୍ ଦିଆଯାଇଛି । ଏଲପିଜି ଇର୍ମ୍ପୋଟ୍ ଫାସିଲିଟି ପାଇଁ ପାରାଦ୍ୱୀପରୁ ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ପାଇପ୍ ଲାଇନ୍ ଉପରେ କାମ କରାଯାଉଛି , ଇଣ୍ଡିଆନ୍ ଅଏଲ ପକ୍ଷରୁ ୧ ହଜାର୨୧୨ କିମି ର ପାଇପ୍ ଲାଇନ୍ ନିର୍ମାଣ କରାଯାଉଛି , ଓଡିଶା ଇକୋନୋମିକ୍ କରିଡର ପାଇଁ ୬୦୦ କିମି ରାସ୍ତା ନିର୍ମାଣ କରାଯାଉଛି ।

ଶ୍ରୀ ନଡ୍ଡା କହିଛନ୍ତି ଯେ ଆଜି ଓଡିଶାର ପ୍ରଶାସନ କୌଣସି ଓଡିଆ ପୁଅ, ଝିଅ କିମ୍ବା ମାଟିର ପୁଅ ନୁହେଁ ବରଂ ବାହାରର ଲୋକ ଆସି ଚଳାଉଛନ୍ତି । ଓଡିଶାର ଜନତା ଏଥର ଲୋକସଭା ଓ ବିଧାନସଭାରେ ପଦ୍ମ ଚିହ୍ନର ବଟନ୍ ଦବାଇ ଭାଜପାର ସରକାର ଗଠନ କଲେ ଓଡିଶାର ପୁଅ କିମ୍ବା ଝିଅ ହିଁ ଏଠାରେ ମୁଖ୍ୟମନ୍ତ୍ରୀ ହେବ । ଆଜି ଓଡିଶାରେ ସବୁ ଠିକାଦାର ବାହାରୁ ଆସୁଛନ୍ତି , ଜଳସେଚନ, କୋଲ୍ଡ ଷ୍ଟୋରେଜ୍ , ଟେକ୍ସଟାଇଲ କମ୍ପାନୀ ଓ ଚିନି କାରଖାନା ବନ୍ଦ ହୋଇସାରିଛି । ଓଡିଶାରେ ପିଲାଙ୍କ ସାଇକେଲ , ସ୍କୁଲ ଡ୍ରେସ୍ ଓ ଖାଦ୍ୟର ସୁରକ୍ଷା ଜିନିଷ ବାହାରର କମ୍ପାନୀ ଦେଉଛନ୍ତି । ବିଜେଡି ସରକାର ପ୍ରଭୂ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଲୁଟି ଚାବିକୁ ଗାୟବ କରିଦେଇଛନ୍ତି । ଓଡିଶାରେ ଭାଜପା ସରକାର ଆସିବା ମାତ୍ରେ ରତ୍ନ ଭଣ୍ଡାରର ଯାଞ୍ଚ କରାଇ ସମ୍ପତ୍ତିର ହିସାବ କରାଯିବ । ଇଣ୍ଡି ମେଣ୍ଟ , ମମତା ବାନାର୍ଜୀ , ସୋନିଆ ଗାନ୍ଧୀ, ଖଡଗେ ଜୀ ଓ ଡିଏମକେ ର ଲୋକମାନେ ପଛୁଆଙ୍କ ସଂରକ୍ଷଣ ଉପରେ ଡକେୟତି କରିବାର କାମ କରୁଛନ୍ତି ଓ ମୁସଲମାନ ତୁଷ୍ଟିକରଣ କରିବାକୁ ଚାହୁଁଛନ୍ତି । ଅହଂକାରୀ ମେଣ୍ଟ କାହାର ହକ୍ ଛଡାଇ ଆଉ କାହାକୁ ଦେଇ ତୁଷ୍ଟିକରଣ କରୁଛି , କିନ୍ତୁ ମୋଦୀ ଜୀ ସନ୍ତୁଷ୍ଟିକରଣ ର କାମ କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ସ୍ଥାନୀୟ ଭାଜପା ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରି ଦେଶ ଓ ଓଡିଶାରେ ଭାଜପାର ଡବଲ ଇଞ୍ଜିନ ସରକାର ଗଢିବାକୁ ଆହ୍ୱାନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମ ଗୁଡିକରେ ମଂଚରେ ବିଜେପିର ରାଜ୍ୟ ସଭାପତିମନମୋହନ ସାମଲ, କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ, ବିଧାନସଭା ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ, ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀ, ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଯାଜପୁର ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରା, ଜଗତସିଂହପୁର ଲୋକସଭା ପ୍ରାର୍ଥୀ ବିଷ୍ଣୁ ପ୍ରସାଦ ତରାଇ ସମେତ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande