ଚାରିଧାମ ଯାତ୍ରାରେ ଏବେ ସୁଦ୍ଧା 52 ତୀର୍ଥଯାତ୍ରୀଙ୍କ ମୃତ୍ୟୁ, କେଦାରନାଥରେ ଯାଇଛି ସବୁଠୁ ଅଧିକ ଜୀବନ
ଡେରାଡୁନ, 24 ମଇ (ହି.ସ.)- ଚାରିଧାମ ଯାତ୍ରା ସମୟରେ ଏବେ ସୁଦ୍ଧା ପ୍ରାୟ 52ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏଥିରୁ
ଚାରିଧାମ ଯାତ୍ରାରେ ଏବେ ସୁଦ୍ଧା 52 ତୀର୍ଥଯାତ୍ରୀଙ୍କ ମୃତ୍ୟୁ, କେଦାରନାଥରେ ଯାଇଛି ସବୁଠୁ ଅଧିକ ଜୀବନ


ଡେରାଡୁନ, 24 ମଇ (ହି.ସ.)- ଚାରିଧାମ ଯାତ୍ରା ସମୟରେ ଏବେ ସୁଦ୍ଧା ପ୍ରାୟ 52ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏଥିରୁ ସବୁଠୁ ଅଧିକ 23ଜଣ ଶ୍ରଦ୍ଧାଳୁଙ୍କର କେଦାରନାଥରେ ମୃତ୍ୟୁ ହୋଇଛି । ଅଧିକାଂଶ ଶ୍ରଦ୍ଧାଳୁ 60 ବର୍ଷ ବୟସରୁ ଅଧିକ ।

ଶୁକ୍ରବାର ସଚିବାଳୟ ସ୍ଥିତି ମିଡିଆ ସେଂଟରରେ ଗଢୱାଲ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ବିନୟ ଶଙ୍କର ପାଣ୍ଡେ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗଙ୍ଗୋତ୍ରୀରେ 3ଜଣ, ଯମୁନେତ୍ରୀରେ 12, ବଦ୍ରିନାଥରେ 14 ଓ କେଦାରନାଥରେ 23ଜଣ ଯାତ୍ରୀଙ୍କ ସହିତ ପ୍ରାୟ 52ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଅଧିକାଂଶଙ୍କ ବୟସ 60 ବର୍ଷରୁ ଅଧିକ ଅଟେ ଏବଂ ଅଧିକାଂଶ ଲୋକଙ୍କ ମୃତ୍ୟୁ ହାର୍ଟ ଆଟାକ୍ ବୋଲି ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande