ଆଜି ଝାରଖଣ୍ଡ ଓ ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର କରିବେ ପିଏମ ମୋଦି
ନୂଆଦିଲ୍ଲୀ, 28 ମଇ (ହି.ସ.)- ବିଜେପିର ଶୀର୍ଷ ନେତା ତଥା ସବୁଠୁ ବଡ ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆଜି ଝାରଖଣ୍ଡ ଓ ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର କରିବେ ପିଏମ ମୋଦି


ନୂଆଦିଲ୍ଲୀ, 28 ମଇ (ହି.ସ.)- ବିଜେପିର ଶୀର୍ଷ ନେତା ତଥା ସବୁଠୁ ବଡ ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଟି ରାଜ୍ୟ ଝାରଖଣ୍ଡ ଓ ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର କରିବେ । ସେ ଝାଣଖଣ୍ଡର ଦୁମକାରେ ଜନସଭାକୁ ସମ୍ବୋଧିତ କରିବା ସହିତ ଆଜି ପ୍ରଚାରର ଶୁଭାରମ୍ଭ କରିବେ ।

ପିଏମ ମୋଦି ଝାରଖଣ୍ଡର ଦୁମକାରୁ ସିଧା ପଶ୍ଚିମବଙ୍ଗ ଯିବେ । ସେ ଦ୍ୱିପ୍ରହର ସମୟରେ ବାରାସାତରେ ଜନସଭାକୁ ସମ୍ବୋଧିତ କରିବା ପରେ ଯାଦବପୁର ଯିବେ । ଏଠାରେ ଅପରାହ୍ନ 4ଟାରେ ସେ ଜନସଭା କରିବେ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଯିବେ ପିଏମ ମୋଦି । ଏଠାରେ ସନ୍ଧ୍ୟା 6ଟାରେ କୋଲକାତା ଉତ୍ତରରେ ରୋଡ୍ ସୋ କରିବେ । ରୋଡ୍ ସୋ ସନ୍ଧ୍ୟା 7ଟାରେ ସ୍ୱାମୀ ବିବେକାନନ୍ଦ ବାସଭବନ ନିକଟରେ ଶେଷ ହେବ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande