ପାକିସ୍ତାନର ଏଜେଣ୍ଡାକୁ ଆଗକୁ ବଢାନ୍ତି ରାହୁଲ ଗାନ୍ଧି-ଅମିତ ଶାହ
ହରଦୋଇ, 8 ମଇ (ହି.ସ.)-ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ନେତା ରା
ପାକିସ୍ତାନର ଏଜେଣ୍ଡାକୁ ଆଗକୁ ବଢାନ୍ତି ରାହୁଲ ଗାନ୍ଧି-ଅମିତ ଶାହ


ହରଦୋଇ, 8 ମଇ (ହି.ସ.)-ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ପାକିସ୍ତାନ ସହ ଘନିଷ୍ଠତାର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ରାହୁଲ ପାକିସ୍ତାନର ଏଜେଣ୍ଡାକୁ ଆଗକୁ ବଢାଇବାର କାମ କରିଥାନ୍ତି । ଭୁଲରେ ବି ଯଦି ରାହୁଲ ଓ ଅଖିଳେଶ କ୍ଷମତାକୁ ଆସିଯିବେ, ତେବେ ଏହି ଦୁଇ ଯୁବରାଜ ଅଯୋଧ୍ୟାର ରାମମନ୍ଦିର ଉପରେ ବି ବାବରୀ ତାଲା ଲଗାଇଦେବେ ।

ବିଜେପିର ବରିଷ୍ଠ ନେତା ଶାହ ବୁଧବାର ହରଦୋଇରେ ନିର୍ବାଚନୀ ରାଲିରେ କହିଛନ୍ତି ଯେ, ନିକଟରେ ପାକିସ୍ତାନ ରାହୁଲଙ୍କ ପ୍ରଶଂସା କରିଛି । ଜଣେ ସାମ୍ବାଦିକ ମୋତେ ପଚାରିଲେ ଯେ, ପାକିସ୍ତାନ କାହିଁକି ରାହୁଲଙ୍କ ପ୍ରଶଂସା କରୁଛି ? ମୁଁ କହିଲି ଯେ, ସର୍ଜିକାଲ ଷ୍ଟ୍ରାଇକ ହେଲେ ରାହୁଲ ବିରୋଧ କରୁଛନ୍ତି । ନକ୍ସଲ ମୃତ୍ୟୁବରଣ କଲେ ରାହୁଲ ବିରୋଧ କରୁଛନ୍ତି । ଅନୁଚ୍ଛେଦ 370 ହଟିଲେ ରାହୁଲ ବିରୋଧ କରୁଛନ୍ତି । ରାମମନ୍ଦିର ନିର୍ମାଣ ହେଲେ ରାହୁଲ ବିରୋଧ କରୁଛନ୍ତି । ରାହୁଲ ପାକିସ୍ତାନର ଏଜେଣ୍ଡାକୁ ଆଗକୁ ବଢାଉଛନ୍ତି ଏବଂ ପାକିସ୍ତାନ ରାହୁଲଙ୍କର ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande