ଏପିଆଇର ସମ୍ବଲପୁର ଶାଖା ଉଦ୍ଘାଟିତ
ସମ୍ବଲପୁର, ୧୧ ଜୁନ୍ (ହି.ସ.)- ଏସୋସିଏସନ୍ ଅଫ୍ ଫିଜିସିଏନ୍ ଅଫ୍ ଇଣ୍ଡିଆ (ଏପିଆଇ)ର ସମ୍ବଲପୁର ସିଟି ଶାଖା ଉଦ୍ଘାଟିତ ହ
ଏପିଆଇର ସମ୍ବଲପୁର ଶାଖା ଉଦ୍‌ଘାଟିତ


ସମ୍ବଲପୁର, ୧୧ ଜୁନ୍ (ହି.ସ.)- ଏସୋସିଏସନ୍ ଅଫ୍ ଫିଜିସିଏନ୍ ଅଫ୍ ଇଣ୍ଡିଆ (ଏପିଆଇ)ର ସମ୍ବଲପୁର ସିଟି ଶାଖା ଉଦ୍ଘାଟିତ ହୋଇଛି । ସିଟି ଶାଖାର ପ୍ରଥମ ସଭାପତି ଭାବେ ଭେଷଜ ବିଶେଷଜ୍ଞ ଡା. ଅଶୋକ ସିଂ ମନୋନୀତ ହୋଇଛନ୍ତି । ଡା. କବୀର ଦାସ ପୁରୋହିତ ଶାଖାର ପରାମର୍ଶଦାତା, ଡା. ଅତନୁ ଠାକୁର ସମ୍ପାଦକ ଏବଂ ଡା. ସାଗ୍ନିକା ତ୍ରିପାଠୀ ବୈଜ୍ଞାନିକ କମିଟିର ଅଧ୍ୟକ୍ଷା ଦାୟିତ୍ଵ ଗ୍ରହଣ କରିଛନ୍ତି ।

ଏହି ଅବସରରେ ଅନୁଷ୍ଠିତ ସଭାରେ ତାମିଲନାଡ଼ୁ ତିରୁପୁରର ଡା. ଏ. ମୁରୁଗୁନାଥନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପିଆଇ ର ସିଟି ଶାଖାକୁ ଉଦ୍ଘାଟନ କରିଥିଲେ । ବୁର୍ଲାର ବଡ଼ ମେଡ଼ିକାଲ (ଭିମସାର)ର ପୂର୍ବତନ ଅଧ୍ୟକ୍ଷ ପ୍ର. ମୀନକେତନ କରଙ୍କୁ ଟିଚର ଅଫ୍ ଟିଚର୍ସରେ ସମ୍ମାନିତ କରାଯାଇଥିଲା । ପ୍ର. ପି.ସି. ଶତପଥୀ, ଡା. ଜୟଦେବ ମୁଖାର୍ଜୀ, ଡା. ଜେ. ଲାଠ୍ ଏବଂ ପ୍ର. ବିଦ୍ୟୁତ୍ ଦାଶ ସଭାରେ ସମ୍ବର୍ଦ୍ଧିତ ହୋଇଥିଲେ । ଡା. ମୁଖାର୍ଜୀ, ପ୍ର. ଦାଶ, ଡା. ଜୟନ୍ତ ପଣ୍ଡା, ଡା. ଶଶୀକାନ୍ତ ମହାପାତ୍ର, ଡା. ମାଳତୀ ମୁର୍ମୁ, ଡା. ସାଗ୍ନିକା ତ୍ରିପାଠୀ, ଡା. ଅଲେଖ ମହାପାତ୍ର, ପ୍ର. ମନୋଜ ମହାପାତ୍ର, ଡା. ଭରତ କକ୍କଡ଼, ସମ୍ପାଦକ ଡା. ଠାକୁର ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ସ୍ଥାନରୁ ଦୁଇ ଶହରୁ ଉର୍ଦ୍ଧ୍ଵ ଡାକ୍ତର ଅଂଶଗ୍ରହଣ କରିଥିବା ବେଳେ ପ୍ରଦର୍ଶନୀରେ ୨୮ଟି କମ୍ପାନୀ ସାମିଲ୍ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande