ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ପାର୍ବତୀଙ୍କ ଶୁଭ ବିବାହ
ଭବାନୀପାଟଣା ୧୧ଜୁନ (ହି.ସ ) - ଆଜି କଳାହାଣ୍ଡି ଜିଲ୍ଲା ସଦର ଭବାନୀପାଟଣା ଠାରେ ଜ୍ୟୋଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଥ ତିଥ
k


ଭବାନୀପାଟଣା ୧୧ଜୁନ (ହି.ସ ) - ଆଜି କଳାହାଣ୍ଡି ଜିଲ୍ଲା ସଦର ଭବାନୀପାଟଣା ଠାରେ ଜ୍ୟୋଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଥ ତିଥିରେ ଦିନ ଯାତ୍ରା ୨ଦିନ ଧରି ହୋଇଥିଲା । ଉକ୍ତ କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟକ୍ରମ ନିଧାରିତ ସମୟରେ ଅନୁଷ୍ଠିତ ହୋଇଥିଲା । ଜଗତଜନନୀ ପ୍ରାତଃ ବନ୍ଦନୀୟା ଯୋଗେଶ୍ୱରୀ ମା ପାର୍ବତୀ ଙ୍କ ସହିତେ କନ୍ୟା ପିତା ଙ୍କ ଦ୍ୱାରା ସ୍ଥିରୀକୃତ ପୁରୁଣାପଡା ସ୍ଥିତ ଶ୍ରୀ ଶ୍ରୀ ରାଧା କୃଷ୍ଣ ମନ୍ଦିର ରେ ଯଥାବିଧି ଅନୁଷ୍ଠିତ ହୋଇଥିଲା । ଏହି ମାଙ୍ଗଳିକ ମହୋତ୍ସାବ ରେ ସପରିବାର ଉପସ୍ଥିତ ରହିଥିଲେ ଓ ଦେବ ଲୀଳା ରେ ନିଜକୁ ସାମିଲ କରି ଦେବକୃପା ଲାଭ କରି ସମସ୍ତେ ଉତ୍ସାହିତ ଲାଭ କରିଥିଲେ ଓ ଖୁସି ଜାହିର ନିଜର କରିଥିଲେ । ଏଥିରେ ପୁରୁଣା ପଡା ଅଧିବାସୀ ବା ଅଖ ପାଖ ସମସ୍ତ ଭକ୍ତ ଗଣଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଭକ୍ତଙ୍କ ଆସ୍ଥା ଓ ପବିତ୍ରତା ଦେଖିବାକୁ ମିଳିଥିଲା । ମହାଦେବ ଙ୍କ ଶୁଭ ବିବାହ ରେ ବରପକ୍ଷ, ମାନସୀ ଜେନା, ମାନସ ଜେନା, ଓ କନ୍ୟାପକ୍ଷ, ତନ୍ମୟୀ ପ୍ରଧାନ, ଓ ଆଲୋକ କୁମାର ଡାକୁଆ ପ୍ରମୁଖ କାର୍ଯ୍ୟ ତୁଲେଇ ଥିଲେ ଏବଂ ଭାବଦୀୟ ଶ୍ରୀ ଶ୍ରୀ ବାଳୁଙ୍କେଶ୍ୱର ମନ୍ଦିର ପରିଚାଳନା କମିଟି, ପୁରୁଣାପଡା ଭବାନୀପାଟଣାଙ୍କ ପକ୍ଷରୁ ବହୁତ ସୁନ୍ଦର ଆୟୋଜନ ଓ ବ୍ୟବସ୍ଥା ହୋଇଥିଲା । ଭକ୍ତଙ୍କ ଖୁସି ମନରେ ଏକ ଅଲୋଡ଼ାନ ସୃଷ୍ଟି କରୁଥିଲା । ଶିବ ସକଳ ଶକ୍ତି ର ଆଧାର, ଜନ୍ମ ମୃତ୍ୟୁ ଶିବ ହିଁ ସତ୍ୟ, ମହାଦେବଙ୍କୁ ମନରୁ ଆସ୍ଥା ଓ ବିଶ୍ୱାସ ସମସ୍ତଙ୍କର ଅଛି । ଭକ୍ତଙ୍କ ନିଷ୍ଟା ଓ ପୂଜାରେ ଯେ ମହାଦେବ ଙ୍କ ଆସ୍ତା ଅଛି । ପୂଜନୀୟ, ଓ ପବିତ୍ରା, ପରାକାଷ୍ଠାର ପ୍ରତିକ ତାଙ୍କୁ ମନରୁ ପୂଜା କଲେ ଅନେକ ଦୁଃଖ ନାଶ ଓ ଅନେକ ଅସୁବିଧା ର ସମ୍ମୁଖୀନ ବ୍ୟକ୍ତି ଶାନ୍ତି ଓ ନିରାଶା ହୁଅନ୍ତି ନାହିଁ । ଉକ୍ତ୍ ସବୁ କାର୍ଯ୍ୟକ୍ରମ ଅନୁସାରେ ୧୦.୬.୨୦୨୪, ସୋମବାର, ସନ୍ଧ୍ୟା ଘ.୬.୨୧ ମି ବରାଣୁଗମନ, ରାତ୍ର ୯ ଘ. ସମୟରେ ପ୍ରସାଦ ସେବନ (କନ୍ୟାପକ୍ଷ) ଏବଂ ରାତ୍ର ଘ.୯.୩୫ ରୁ ଘ.୧୦.୧୪ ମଧ୍ୟ ବିବାହପାଣିଗ୍ରହ ତା, ୧୧.୬.୨୦୨୪, ମଙ୍ଗଳବାର, ସନ୍ଧ୍ୟା, ୬.୦୦ ଘ ମିନିଟ ରେ ଦେବଦମ୍ପତି ଙ୍କ ନଗର ପରିକ୍ରମା ସହ ସ୍ୱ ମନ୍ଦିର ପ୍ରତ୍ୟାବର୍ତନ ଏବଂ ରାତ୍ର ଘ.୮.୩୦ ମି.ପ୍ରସାଦ ସେବନ ରଖା ହୋଇଅଛି ଓ ଶେଷରେ କହିଥିଲେ ସମସ୍ତଙ୍କର ସହଯୋଗ ରେ ଯାତ୍ରା ସମ୍ପନ୍ନହୋଇଥିଲା । ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ/ଭାନୁ/ସମନ୍ୱୟ


 rajesh pande