ଡ. ବିରେନ୍ଦ୍ର କୁମାର କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଭାବରେ ଗ୍ରହଣକଲେ ଦାୟିତ୍ୱ
-ରାମଦାସ ଅଠାବଲେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଭାବରେ ଦାୟିତ୍ ଗ୍ରହଣ ନୂଆଦିଲ୍ଲୀ, ୧୧ ଜୁନ୍ (ହିସ) -
ଡ. ବିରେନ୍ଦ୍ର କୁମାର କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଭାବରେ ଗ୍ରହଣକଲେ ଦାୟିତ୍ୱ


-ରାମଦାସ ଅଠାବଲେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଭାବରେ ଦାୟିତ୍ ଗ୍ରହଣ

ନୂଆଦିଲ୍ଲୀ, ୧୧ ଜୁନ୍ (ହିସ) - ମଙ୍ଗଳବାର ଦିନ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣର ମନ୍ତ୍ରୀ ଭାବେ ଡ, ବିରେନ୍ଦ୍ର କୁମାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଦାୟିତ୍ୱ ହସ୍ତାନ୍ତର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡକ୍ଟର କୁମାର କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ରାଜ୍ୟ ମନ୍ତ୍ରୀ ରାମଦାସ ଅଠାବଲେ ଏବଂ ବି ଏଲ ବର୍ମାଙ୍କ ସମେତ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ସହିତ ରାମଦାସ ଅଠାବଲେ ମଧ୍ୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଅଠାବଲେ କହିଛନ୍ତି ଯେ ସେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମିଶନ ପାଇଁ କାର୍ଯ୍ୟ ଜାରି ରଖିବେ ।

ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ


 rajesh pande