କେନ୍ଦୁଝର ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ମୋହନ ଙ୍କୁ ନେଇ ଘଷିପୁରା ରେ ବିଜେପି ପକ୍ଷରୁ ବିଜୟ ଉତ୍ସବ
ଘଟଗାଁ, ୧୧ ଜୁନ୍ (ହିସ) - କେନ୍ଦୁଝର ଜିଲ୍ଲାରୁ ନୂତନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହୋଇଥିବାରୁ ଏହାଙ୍କୁ ନେଇ ଘ
କେନ୍ଦୁଝର ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ମୋହନ ଙ୍କୁ ନେଇ
ଘଷିପୁରା ରେ ବିଜେପି ପକ୍ଷରୁ  ବିଜୟ ଉତ୍ସବ


ଘଟଗାଁ, ୧୧ ଜୁନ୍ (ହିସ) - କେନ୍ଦୁଝର ଜିଲ୍ଲାରୁ ନୂତନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହୋଇଥିବାରୁ ଏହାଙ୍କୁ ନେଇ ଘଷିପୁରା ରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଯାଇଛି । କେନ୍ଦ୍ର ରେ ତୃତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି ର ସରକାର ହୋଇଥିବା ବେଳେ ରାଜ୍ୟରେ କେନ୍ଦୁଝର ଜିଲ୍ଲାରୁ ପ୍ରଥମ ଥର ପାଇଁ ମୋହନ ଚରଣ ମାଟୀ ଙ୍କୁ ବିଜେପି ପକ୍ଷରୁ ମୂଖ୍ୟମନ୍ତ୍ରୀ ନିଯୁକ୍ତି ଦିଆଯାଇଛି । ଘଷିପୁରାରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରିଛିନ୍ତି । ଘରିପୁରା ଲକ୍ଷ୍ମି ବଜାର ପେଟ୍ରୋଲ ପମ୍ପ ନିକଟରେ ବାଣ ଫୁଟାଇ ମିଠା ବାଂଟି ଖୁସି ମନାଇଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିବା ସ୍ଥଳେ ଓଡ଼ିଶାରେ ମଧ୍ୟ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି ଏବଂ ମୁଖ୍ୟ ମନ୍ତ୍ରୀ ଭାବେ ମୋହନ ଚରଣ ମାଝି କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି । ଅସନ୍ତା କାଲି ସେ ଶପଥ ନେବେ । ଏ ଅବସର ରେ ଘଷିପୁରା ବିଜେପି ତରଫରୁ ଏହାର ବିଜୟ ଉତ୍ସବ ପାଳନ କରାଯାଇଛି । ଘଷିପୁରା ବିଜେପି ନେତା ଜଳଧର ସାହୁ, ରାଜେନ୍ଦ୍ର ସାହୁ, କ୍ଷେତ୍ରବାସୀ ସାହୁ, ରଘୁନାଥ ସାହୁ, ପଙ୍କଜ ସାହୁ,ବାପିଦାସ, ନାରାୟଣ ସାହୁ,ଜାୟାନିଧି ସାହୁ ଙ୍କ ସହ ୧୦୦ ରୁ ଉର୍ଦ୍ଧ କର୍ମୀ ଏକତ୍ରିତ ହୋଇ ଏହି ବିଜୟ ଉତ୍ସବ ପାଳନ କରିଥିଲେ । ଆଗାମୀ ଦିନରେ କୋନ୍ଦୁଝର ଜିଲ୍ଲାର ବିକାଶ ଓ ସୁଶାସନ ଏବଂ ସମସ୍ତ ଗରିବ କଲ୍ୟାଣ ଯୋଜନା ଏବଂ ବିଜେପି ସରକାର ର ସମସ୍ତ ଉନ୍ନୟନ ଯୋଜନା ଜନସାଧାରଣଙ୍କ ପାଖରେ ପହଂଚିବା ଏବଂ ଜିଲାରେ ଶାନ୍ତି ଓ ସୁଶାସନ ପ୍ରତିଷ୍ଠା କରିବା ପାଇଁ ଉତରଦାୟିତ୍ୱ ହେବ ବୋଲି ବିଜେପି କର୍ମୀ ମାନେ ଆଶା ପୋଷଣ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ଭାନୁ/ସମନ୍ୱୟ


 rajesh pande