ଉତର ପ୍ରଦେଶର ମଂଣ୍ଡୋଲା ପାୱାର ଗ୍ରୀଡରେ ନିଆଁ ଲାଗି ଦିଲ୍ଲୀର ଅନେକ ଅଂଚଳରେ ବିଦ୍ୟୁତ କାଟ୍
ନୂଆଦିଲ୍ଲୀ, ୧୧ ଜୁନ୍ (ହିସ) – ଉତର ପ୍ରଦେଶର ଲୋନି ଅଂଚଳରେ ଥିବା ମଂଣ୍ଡୋଲା ଠାରେ ଅବସ୍ଥିତ ପାୱାର ଗ୍ରୀଡ୍ କର୍ପୋରେସ
ଉତର ପ୍ରଦେଶର ମଂଣ୍ଡୋଲା ପାୱାର ଗ୍ରୀଡରେ ନିଆଁ ଲାଗି ଦିଲ୍ଲୀର ଅନେକ ଅଂଚଳରେ ବିଦ୍ୟୁତ କାଟ୍


ନୂଆଦିଲ୍ଲୀ, ୧୧ ଜୁନ୍ (ହିସ) – ଉତର ପ୍ରଦେଶର ଲୋନି ଅଂଚଳରେ ଥିବା ମଂଣ୍ଡୋଲା ଠାରେ ଅବସ୍ଥିତ ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଥିଲା ।

ପୂର୍ବରୁ ପାନୀୟ ଜଳ ସଙ୍କଟ ଦେଇ ଗତି କରୁଥିବା ରାଜଧାନୀରେ ବିଦ୍ୟୁତ କାଟ ଯୋଗୁଁ ଅନେକ ଜଳ ବିଶୋଧନ କାରଖାନା ମଧ୍ୟ ଅଟକି ଯାଇଥିଲା । ଏହା ପାନୀୟ ଜଳ ସଙ୍କଟକୁ ଆହୁରି ଗଭୀର କରିପାରେ । ସେପଟେ ଦିଲ୍ଲୀ ଶକ୍ତି ମନ୍ତ୍ରୀ ଆତିଶି କହିଛନ୍ତି ଯେ ସେ ଆଜି ଏ ସମ୍ପର୍କରେ କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଛନ୍ତି ।

ଆତିଶି କହିଛନ୍ତି, ଦିଲ୍ଲୀ ମଂଣ୍ଡୋଲା ଟ୍ରାନ୍ସମିସନରୁ ୧୫୦୦ ମେଗାୱାଟ ବିଦ୍ୟୁତ ପାଇଥାଏ । ଟ୍ରାନ୍ସମିସନରେ ନିଆଁ ଲାଗିଥିବାରୁ ଦିଲ୍ଲୀର ଅନେକ ସ୍ଥାନରେ ବିଦ୍ୟୁତ କାଟ ହୋଇଛି । ଦିଲ୍ଲୀର ସମସ୍ତ ବିଦ୍ୟୁତ କମ୍ପାନୀ ମାନଙ୍କଠାରୁ ବିଦ୍ୟୁତ ଯୋଗାଣ କରିବାକୁ କୁହାଯାଇଛି । ଏହି ପରିସ୍ଥିତିରେ ବିଦ୍ୟୁତ୍ କାଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ , ସମଗ୍ର ଦେଶର ବିଦ୍ୟୁତ୍ ପରିବହନ ବ୍ୟବସ୍ଥା ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଆସିଥାଏ ଏବଂ ତିନୋଟି ବିତରଣ କମ୍ପାନୀ ମାଧ୍ୟମରେ ଲୋକଙ୍କ ଘରେ ପହଂଚିଥାଏ ଏବଂ ଏହାକୁ ବଜାୟ ରଖିବା ଦିଲ୍ଲୀର ଦାୟିତ୍ୱ ଅଟେ ।

ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ


 rajesh pande