ମହିଳା ସଂଗଠନ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର
ସମ୍ବଲପୁର, ୧୧ ଜୁନ (ହି.ସ.)- ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ, ସମ୍ବଲପୁର ପକ୍ଷରୁ ନୃତ୍ୟ, ଚିତ୍ରାଙ୍କନ, ଚିତ୍
ମହିଳା ସଂଗଠନ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର


ସମ୍ବଲପୁର, ୧୧ ଜୁନ (ହି.ସ.)- ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ, ସମ୍ବଲପୁର ପକ୍ଷରୁ ନୃତ୍ୟ, ଚିତ୍ରାଙ୍କନ, ଚିତ୍ରକଳା, ଯୋଗ, ସନ୍ତରଣ ଆଦି କ୍ଷେତ୍ରରେ ପିଲାଙ୍କ ଦକ୍ଷତା ଓ ଜ୍ଞାନର ବିକାଶ ନିମନ୍ତେ ସମ୍ବଲପୁର ରେଳ ନଗର ଠାରେ ଏକ ଗ୍ରୀଷ୍ମକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରୀଷ୍ମକାଳୀନ ଶିବିରର ସମାପନୀ ଉତ୍ସବରେ ସମ୍ବଲପୁର ଡିଭିଜନାଲ ରେଳ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଡିଭିଜନାଲ ରେଲୱେ ମ୍ୟାନେଜର ଆନନ୍ଦ ସିଂହ ଓ ସମ୍ବଲପୁର ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ସମ୍ବଲପୁରର ସଭାପତି ଶ୍ରୀମତୀ ଲୀନା ପାଣ୍ଡେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପାଣ୍ଡେ କହିଥିଲେ ଯେ ଗ୍ରୀଷ୍ମକାଳୀନ ଶିବିର ପିଲାମାନଙ୍କ ଲୁଚି ରହିଥିବା ପ୍ରତିଭାକୁ ସାମ୍ନାକୁ ଆଣିବାରେ ସହାୟକ ହୋଇଥିଲା। ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରିବା ସହ ଟ୍ରଫି ବିତରଣ କରିଥିଲେ।

ଏହି ଅବସରରେ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ସମ୍ବଲପୁରର ଉପସଭାପତି ରୁଚିକା ସିଂହଙ୍କ ସମେତ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସମସ୍ତ ସଦସ୍ୟ, ପିଲା, ଅଭିଭାବକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande