ଦେବଦମ୍ପତିଙ୍କ ବିବାହ ସଂପନ୍ନ, ଆଜି ପ୍ରତ୍ୟାବର୍ତନ ଶୋଭାଯାତ୍ରାଦର୍ଶକଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସଜାଗ
ସୁବର୍ଣ୍ଣପୁର, ୧୧ ଜୁନ୍(ହି.ସ.) – ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଗତ ୭ ତାରିଖ ଠାରୁ ଅତ୍ୟନ୍ତ ଆନନ୍ଦ ଉ
  ଦେବଦମ୍ପତି ଙ୍କ ବିବାହ ସଂପନ୍ନ ଆଜି ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା। ଦର୍ଶକ ଙ୍କ ପ୍ରବଳ ଭିଡ କୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ସଜାଗ


ସୁବର୍ଣ୍ଣପୁର, ୧୧ ଜୁନ୍(ହି.ସ.) – ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଗତ ୭ ତାରିଖ ଠାରୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହେଉଛି । ଏଥିପାଇଁ ସମଗ୍ର ସହର ଏକ ଭକ୍ତି ଓ ଭକ୍ତଙ୍କ ଭାବ ସହ ଏକାଗ୍ରତା ରଖି ଏକ ଉତ୍ସବ ମୁଖରିତ ହୋଇଛି । ଗତକାଲି ସଂଧ୍ୟାରେ ବରପିତାଙ୍କ ପ୍ରତିନିଧି ସ୍ୱରୂପ ରେ ଥିବା ପ୍ରଭାତ ଓ ଶିବାନୀ ବକ୍ସି ଙ୍କ ବାସଭବନରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଦେବଦେବ ମହାଦେବ ୧୦୮ତୋଳା ସୁନା ନାଗ ଙ୍କ ସହ ବରଯାତ୍ରୀ ଭାବରେ ମହଣ ମହଣ ରୂପା ରେ ନିର୍ମିତ ସହର ର ଅଷ୍ଟଶମ୍ଭୁ, ଅଷ୍ଟବିଷ୍ଣୁଙ୍କ ସହ ସମସ୍ତ ଦେବତାଙ୍କ ଏକ ବିରାଟ ପଟୁଆର ଭେରୀ ତୁରୀ, ଘଂଟ ଘଂଟା, ପାରଂ ପାରିକ ଦୁଲଦୁଲି ବାଦ୍ୟ ଡିଜେ ସହ ଶତାଧିକ ଜନସାଧାରଣ କନ୍ୟାପିତାଙ୍କ ସ୍ୱରୂପରେ ଏଥର ଧାର୍ଯ୍ୟ ଥିବା ରାମକୃଷ୍ଣ ନଗରର ଗୋପାଳ ପ୍ରସାଦ ଓ ଅନୀତା ଭୂତଙ୍କ ବାସଭବନରେ ପହଂଚିଥିଲେ । ସେଠାରେ ସମସ୍ତ ବରଯାତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ସହ ସମସ୍ତ ଦେବତାଙ୍କୁ ପୂଜାର୍ଚ୍ଚନା ସହ ମହାଦେବ ଙ୍କ ପାର୍ଶ୍ୱ ରେ ସ୍ଥାପନାକରି ପରେ ସମସ୍ତ ପୂଜାବିଧି ସହ ଦେବାଧିଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ପାଣିଗ୍ରହଣ କାର୍ଯ୍ୟ ସମସ୍ତ ବିଧିପୂର୍ବକ ସମାପନ କରିଥିଲେ । ଆଜି ସକାଳୁ ଦେବ ଦମ୍ପତି ଙ୍କଠାରେ ଷୋଡ଼ଶ ଉପଚାରରେ ପୂଜା ସହ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା । ଯୁଗଳ ମୂର୍ତିଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁମାନେ ଉକ୍ତ ସ୍ଥାନରେ ପହଂଚି ଦେବଦମ୍ପତିଙ୍କସହ ବରଯାତ୍ରୀ ଭାବରେ ଆସିଏଠାରେ ଦର୍ଶନ ଦେଇଥିବା ବାବା ସୁବର୍ଣ୍ଣମେରୁ, ରାମେଶ୍ୱର, ବାଲୁଙ୍କେଶ୍ୱର, ରୁଦ୍ରନାଥ, ଲୋକନାଥ, ପଶ୍ଚିମ ସୋମନାଥ, ଗୋକର୍ଣେଶ୍ୱରଙ୍କ ସହ ନୃସିଂହ ଭଗବାନ,ବଡ଼ ଜଗନ୍ନାଥ, ଗୋପାଳଜୀ, ଦଧିବାବନ,ରାମଜୀ, ଗୋପିନାଥ ବୃନ୍ଦାବନ ବିହାରୀ ଙ୍କ ସହ ସମସ୍ତ ଦେବତାମାନଙ୍କୁ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁ ଭକ୍ତିଭାବରେ ବିଭୋର ହୋଇଥିବା ଦେଖିବାକୁ ମିଳିଥିଲା । ଦେବାଧିଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବକୁ ସଂପୂର୍ଣ୍ଣ ରୀତିନୀତି ସହ ପାଳନ ପାଇଁ ଶୀତଳଷଷ୍ଠୀ ଯାତ୍ରା କମିଟି, ଦେବୋତର ବିଭାଗ ସମସ୍ତ ଦାୟିତ୍ୱ ନିଭେଇ ଥିବାବେଳେ ଯାତ୍ରା ରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ହଜାର ଶ୍ରଦ୍ଧାଳୁମାନେ ମହାପ୍ରଭୁ ଶିବ ପାର୍ବତୀଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ସୁବର୍ଣ୍ଣପୁରର ଜିଲ୍ଲା କୋଷାଗାରରୁ ଅଣାଯାଇଥିବା ୧୦୮ ତୋଳାର ସୁନା ନାଗମୂର୍ତି ବାବା ଚନ୍ଦ୍ରଶେଖରଙ୍କୁ ଦେବୋତର ବିଭାଗ ପୋଲିସ ପ୍ରଶାସନ ଓ ଦେବୋତର କମିଟି ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ମଧ୍ୟରାତ୍ରିରେ ଅନୁଷ୍ଠିତ ପ୍ରତ୍ୟାବର୍ତନ ଶୋଭାଯାତ୍ରାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦେବ ଦମ୍ପତି ଶିବପାର୍ବତୀ ଓ ଅଷ୍ଠ ଶମ୍ଭୁ ଅଷ୍ଠ ବିଷ୍ଣୁ ଙ୍କ ନଗର ପରିକ୍ରମା ଓ ପ୍ରତ୍ୟାବର୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରାର ବିଶେଷ ଆକର୍ଷଣ ୧୦୮ ତୋଳାର ସୁନା ନାଗ ମୂର୍ତି ଓ ଶିବ ପାର୍ବତୀଙ୍କ ସହିତ ସହରର ସମସ୍ତ ଦେବା ଦେବୀଙ୍କୁ ମହଣ ମହଣ ରୂପାରେ ନିର୍ମିତ ପାଲିଙ୍କିରେ ଏକାଠି ଦର୍ଶନ କରିବାର ଅପୂର୍ବ ସୁଯୋଗ ମିଳିଥାଏ । ଯାହାକି ବର୍ଷକୁ ଥରେ ଏହି ସୁଯୋଗ ସାଧାରଣ ଜନତା ଭକ୍ତ ଶ୍ରଦ୍ଧାଳୁ ପାଇଥାନ୍ତି । ଶୀତଳ ଷଷ୍ଠୀ ଯାତ୍ରା ଉପଲକ୍ଷେ ସହରର ବିଭିନ୍ନ ଛକରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ବର୍ତମାନ ସମଗ୍ର ସହର ଚଳଚଂଚଳ ରହିଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁମାନେ ଆସି ମହାପ୍ରଭୁ ମହାଦେବ ଓ ମାତା ପାର୍ବତୀଙ୍କୁ ଦର୍ଶନ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

......................................./ସମନ୍ୱୟ


 rajesh pande