ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟିରେ ବିଜେପି, ବିଜେଡ଼ି-୧ ଓ କଂଗ୍ରେସ-୧ ଆସନରେ ବିଜୟୀ
ଗଞ୍ଜାମ, ୪ ଜୁନ୍ (ହି.ସ.)- ବ୍ରହ୍ମପୁର ବିଧାନସଭା ଆସନରେ କେ. ଅନିଲ କୁମାର, ଗୋପାଳପୁରରେ ବିଭୂତି ଜେନା, ଦିଗପହଣ୍ଡିରେ
ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟିରେ ବିଜେପି, ବିଜେଡ଼ି-୧ ଓ କଂଗ୍ରେସ-୧ ଆସନରେ ବିଜୟୀ


ଗଞ୍ଜାମ, ୪ ଜୁନ୍ (ହି.ସ.)- ବ୍ରହ୍ମପୁର ବିଧାନସଭା ଆସନରେ କେ. ଅନିଲ କୁମାର, ଗୋପାଳପୁରରେ ବିଭୂତି ଜେନା, ଦିଗପହଣ୍ଡିରେ ସିଦ୍ଧାର୍ଥ ମହାପାତ୍ର, ଚିକିଟିରେ ମନୋରଞ୍ଜନ ଦିଆନ ସାମନ୍ତରାୟ, ଛତ୍ରପୁରରେ କୃଷ୍ଣଚନ୍ଦ୍ର ନାୟକ, ଖଲ୍ଲିକୋଟରେ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟ ନଗରରେ ପ୍ରତାପ ନାୟକ, ପୋଲସରାରେ ଗୌକୁଳନନ୍ଦ ମଲ୍ଲିକ, ସୋରଡ଼ାରେ ନୀଳମଣି ବିଷୋୟୀ, ଆସ୍କାରେ ସରୋଜ କୁମାର ପାଢୀ,ଏବଂ ଭଞ୍ଜନଗରରେ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ବିଜୟୀ ହୋଇଛନ୍ତି ।

ସେହିପରି ସାନଖେମୁଣ୍ଡିରେ ରମେଶ ଜେନା (କଂଗ୍ରେସ), ହିଞ୍ଜିଳିରେ ନବୀନ ପଟ୍ଟନାୟକ(ବିଜେଡି ପ୍ରାର୍ଥୀ)

ବିଜୟ ଲାଭ କରିଛନ୍ତି ।

ଅନ୍ୟପକ୍ଷରେ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସିକାରେ ବିଜେପି ସାଂସଦ ପ୍ରାର୍ଥୀନୀ ଅନିତା ପ୍ରିୟଦର୍ଶିନୀ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande