ଭୁବନେଶ୍ୱର, 8 ଅଗଷ୍ଟ (ହି.ସ.)- ଆମେରିକାର କନସୁଲେଟ୍ ଜେନେରାଲ୍ ମୁଖ୍ୟଙ୍କ ସହ
ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ
ହ୍ୟାଣ୍ଡେଲରେ ସୂଚନା ଦେଇ କହିଛନ୍ତି ଯେ, ଲୋକସେବା ଭବନରେ ଆମେରିକାର କନସୁଲେଟ୍ ଜେନେରାଲ୍
ମୁଖ୍ୟ ଜେନିଫର ଲାର୍ସନଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନେକ
ଗୁରୁତ୍ୱପୂର୍ଣ୍ଣ ବିଷୟରେ ଗତକାଲି ଆଲୋଚନା କଲି। ଓଡ଼ିଶାକୁ ବିକଶିତ କରିବା ନିମନ୍ତେ ଶିଳ୍ପ, ଶିକ୍ଷା ଓ
ପର୍ଯ୍ୟଟନ ଭଳି କ୍ଷେତ୍ରରେ ଆମେରିକା ଏବଂ ଓଡ଼ିଶାର ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ
ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ। ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଆର୍ଟିଫିସିଆଲ୍
ଇଣ୍ଟେଲିଜେନ୍ସ ର ବ୍ୟବହାର ଦ୍ଵାରା ଓଡ଼ିଶାର ଯୁବବର୍ଗଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି
କରାଯିବ।
ହିନ୍ଦୁସ୍ଥାନ ସମାଚାର
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା / ସମନ୍ୱୟ