
ନୂଆଦିଲ୍ଲୀ, 1 ନଭେମ୍ବର (ହି.ସ.)- ଅଏଲ ମାର୍କେଟିଂ କମ୍ପାନୀମାନେ ଆଜିଠୁ 19
କିଲୋଗ୍ରାମ ଓଜନର ବାଣିଜ୍ୟିକ ଏଲପିଜିସିଲିଣ୍ଡର ଦରରେ ହ୍ରାସ
କରିଛନ୍ତି। ତେବେ ଘରୋଇ ବ୍ୟବହାର ପାଇଁ ଥିବା 14.2 କିଲୋଗ୍ରାମର ଏଲପିଜିସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନି। ଅର୍ଥାତ୍,
ଘରୋଇ ରାନ୍ଧଣାଘରର ବଜେଟ୍ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଆଜି
ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦରରେ 4.50 ରୁ 6.50 ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି।
ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ୍ଦ୍ୱାରା ମିଳିଥିବା
ସୂଚନା ଅନୁସାରେ, ଏହି ହ୍ରାସ ପରେ ରାଜଧାନୀ
ଦିଲ୍ଲୀରେ 19 କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦର 1,595.50 ରୁ କମି 1,590.50
ହୋଇଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା