ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆଜିଠୁ ୭ ମାସ ଯାଏଁ ସମୁଦ୍ରରେ ମାଛ ମାରିବା ନିଷେଧ
ଭୁବନେଶ୍ୱର, 1 ନଭେମ୍ବର (ହି.ସ.) - ଆଜିଠୁ ୭ ମାସ ଯାଏଁ ସମୁଦ୍ରରେ ମାଛ ମାରିବା ନିଷେଧ । ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଲାଗୁ କରାଯାଇଛି । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧ
ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆଜିଠୁ ୭ ମାସ     ଯାଏଁ ସମୁଦ୍ରରେ ମାଛ ମାରିବା ନିଷେଧ


ଭୁବନେଶ୍ୱର, 1 ନଭେମ୍ବର (ହି.ସ.)

- ଆଜିଠୁ ୭ ମାସ ଯାଏଁ ସମୁଦ୍ରରେ ମାଛ

ମାରିବା ନିଷେଧ । ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ

ମାଛ ଧରିବା ଉପରେ କଟକଣା ଲାଗୁ କରାଯାଇଛି ।

ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ବାରଣ। ଋଷିକୂଲ୍ୟା,

ଧାମରା ଓ ଦେବୀ ନଦୀ ମୁହାଣରେ ମଧ୍ୟ ମାଛଧରା ନିଷେଧ ହୋଇଛି । କଇଁଛ

ଆଗମନ, ମିଳନସ୍ଥଳ ଏବଂ ଅଣ୍ଡାଦାନ ଅଞ୍ଚଳରେ ବ୍ୟାପକ କଟକଣା

ଲାଗିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande