ମହାରାଷ୍ଟ୍ରର ପୁଣେ ନଭଲେ ବ୍ରିଜରେ ଗତ 8ବର୍ଷରେ ହୋଇଥିବା 210 ସଡକ ଦୁର୍ଘଟଣାରେ ଏବେ ସୁଦ୍ଧା 82 ମୃତ
ମୁମ୍ବାଇ, 14 ନଭେମ୍ବର (ହି.ସ.)-ମହାରାଷ୍ଟ୍ରର ପୁଣେ ଜିଲ୍ଲାର ନଭଲେ ବ୍ରିଜ୍‌ରେ ଗତ ଆଠ ବର୍ଷରେ 210ରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଛି, ଯେଉଁଥିରେ ଏପର୍ଯ୍ୟନ୍ତ 82 ଜଣଙ୍କ ମୃତ୍ୟୁ ହୋଇଛି ଏବଂ ବହୁତ ଲୋକ ଆହତ ହୋଇଛନ୍ତି। ଗୁରୁବାର ଏହି ବ୍ରିଜ୍‌ରେ ହୋଇଥିବା ଦୁର୍ଘଟଣାର
ମହାରାଷ୍ଟ୍ରର ପୁଣେ ନଭଲେ ବ୍ରିଜରେ ଗତ 8ବର୍ଷରେ     ହୋଇଥିବା 210 ସଡକ ଦୁର୍ଘଟଣାରେ ଏବେ ସୁଦ୍ଧା 82 ମୃତ


ମୁମ୍ବାଇ, 14 ନଭେମ୍ବର (ହି.ସ.)-ମହାରାଷ୍ଟ୍ରର ପୁଣେ ଜିଲ୍ଲାର ନଭଲେ ବ୍ରିଜ୍‌ରେ ଗତ ଆଠ

ବର୍ଷରେ 210ରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଛି, ଯେଉଁଥିରେ

ଏପର୍ଯ୍ୟନ୍ତ 82 ଜଣଙ୍କ ମୃତ୍ୟୁ ହୋଇଛି ଏବଂ ବହୁତ ଲୋକ ଆହତ ହୋଇଛନ୍ତି। ଗୁରୁବାର ଏହି ବ୍ରିଜ୍‌ରେ

ହୋଇଥିବା ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ଓ 15 ଜଣ ଆହତ ହୋଇଛନ୍ତି।

ଏହାର ସମାଧାନ ପାଇଁ ଶୀଘ୍ର ରିଙ୍ଗ୍‌ ରୋଡ଼ ତିଆରି

କରିବା ଏବଂ ବାହାରୁ ଆସୁଥିବା ଭାରୀ ଯାନବାହନକୁ ଡାଇଭର୍ଟ କରିବାର ଦାବି ଜୋର ଧରିଛି। ଗୁରୁବାର

ଘଟିଥିବା ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କୁ 5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣଭୀସ ଘୋଷଣା କରିଛନ୍ତି। ପୁଣେ ପୁଲିସ ଏହି ଘଟଣାର ତଦନ୍ତ

କରୁଛି।

ପୁଣେର ନବଲେ ବ୍ରିଜ୍‌ରେ ଘଟିଥିବା ଗୁରୁତର ଦୁର୍ଘଟଣା

ପରେ କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ମୁରଳୀଧର ମୋହଲ ଶୁକ୍ରବାର ସ୍ଥଳ ପରିଦର୍ଶନ କରି ପରିସ୍ଥିତିର

ତଥ୍ୟଗତ ଆଲୋଚନା କରିଛନ୍ତି। ସେଥିରେ ପୁଣେ ନଗର ନିଗମ ଆୟୁକ୍ତ ନୌଲ କିଶୋର ରାମ,

ପୁଲିସ କମିଶନର ଅମିତେଶ କୁମାର ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ

ଉପସ୍ଥିତ ଥିଲେ।

ମନ୍ତ୍ରୀ ଓ ଅଧିକାରୀମାନେ ବ୍ରିଜ୍‌ ଅଞ୍ଚଳର ଗଭୀର

ନିରୀକ୍ଷଣ କରି ଦୁର୍ଘଟଣାର ମୂଳ କାରଣ, ଯାତାୟାତ ପରିଚାଳନା

ସମସ୍ୟା ଏବଂ ତତ୍କାଳ ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ପରେ ସକାଳେ ଏକ ବୈଠକ କରି

ଜରୁରୀକାଳୀନ ସଂଶୋଧନାତ୍ମକ ପଦକ୍ଷେପ ଏବଂ ଦୀର୍ଘକାଳୀନ ପ୍ରତିରୋଧକ ବ୍ୟବସ୍ଥା ପାଇଁ ଏକ ରୋଡ୍‌ମ୍ୟାପ୍‌

ପ୍ରସ୍ତୁତ ହୋଇଛି । ମନ୍ତ୍ରୀ ଏପରି ଘଟଣା ଆଗକୁ ପୁଣି ନଦୋହରାଇବାକୁ ପାଇଁ ଶୀଘ୍ର କାର୍ଯ୍ୟାନୁଷ୍ଠାନ

ଓ ଅଧିକ ନିରୀକ୍ଷଣର ଆଶ୍ୱାସନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande